ଖାଲି ପେଟରେ ଭୁଲରେ ମଧ୍ୟ ଖାଆନ୍ତୁ ନାହିଁ ଏହି ଜିନିଷ, ଭୋଗିପାରନ୍ତି ଅନେକ ଅସୁବିଧା

ଶରୀରକୁ ଶକ୍ତି ଯୋଗାଇବା ସହ ବିଭିନ୍ନ ରୋଗରୁ ଦୂରରେ ରଖିବା ପାଇଁ ହେଲେ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଅତ୍ୟନ୍ତ ଜରୁରୀ । ଉପଯୁକ୍ତ ଖାଦ୍ୟ ଖାଇବା ସହ ଠିକ୍‌ ସମୟରେ ଖାଦ୍ୟ ଖାଇବା ମଧ୍ୟ ଅତ୍ୟନ୍ତ ଜରୁରୀ । କୌଣସି ଜିନିଷକୁ ଭୁଲ ସମୟରେ ଖାଇବା ଦ୍ୱାରା ତାହାର ଭଲ ପ୍ରଭାବ ଶରୀର ଉପରେ ପଡ଼ିବା ଅପେକ୍ଷା ଖରାପ ପ୍ରଭାବ ପଡ଼ିଥାଏ । ଆଜି ଆମେ କିଛି ଏପରି ଜିନିଷ ବିଷୟରେ ଜଣାଇବାକୁ ଯାଉଛୁ, ଯାହାକୁ ଖାଲି ପେଟରେ ଖାଇବା ଦ୍ୱାରା ଆପଣଙ୍କ ଶରୀର ଉପରେ ଖରାପ ପ୍ରଭାବ ପଡ଼ିଥାଏ ।

-କିଛି ଲୋକ ସକାଳୁ ଉଠୁ ଉଠୁ ମସଲା ଜାତୀୟ ଖାଦ୍ୟ ବା ଚଟ୍‌ପଟା ଖାଦ୍ୟ ଖାଇବା ପାଇଁ ପସନ୍ଦ କରିଥାନ୍ତି। ଏପରି ଖାଦ୍ୟ ଖାଇବା ଦ୍ୱାରା ପେଟଜନିତ ସମସ୍ୟା ଦେଖାଯିବା ସହ ଖାଦ୍ୟ ଠିକ୍‌ ଭାବରେ ହଜମ ହୋଇ ନଥାଏ।

-ପୋଷାକରେ ଭରପୂର ଥିବା କଦଳୀ ଶରୀର ପାଇଁ ବେଶ ଲାଭଦାୟକ । କିନ୍ତୁ ଖାଲି ପେଟରେ ଏହାକୁ ଖାଇଲେ ଶରୀର ଉପରେ ଏହାର ଭଲ ପ୍ରଭାବ ପଡ଼ିବା ଅପେକ୍ଷା ଖରାପ ପ୍ରଭାବ ପଡ଼ିଥାଏ । ଖାଲି ପେଟରେ କଦଳୀ ଖାଇବା ଦ୍ୱାରା ଶରୀରରେ ମ୍ୟାଗ୍ନେସିୟମର ମାତ୍ରା ବଢ଼ି ଯାଇଥାଏ । ଯାହା ଦ୍ୱାରା ରକ୍ତରେ କ୍ୟାଲସିୟମ ଏବଂ ମ୍ୟାଗ୍ନେସିୟମର ମାତ୍ରାରେ ସନ୍ତୁଳନ ରହି ନ ଥାଏ ।

-ଟମାଟୋରେ ଅଧିକ ମାତ୍ରରେ ଏସିଡ୍‌ ରହିଥାଏ । ଖାଲି ପେଟରେ ଆଗରୁ ଏସିଡ୍‌ ଭରି ରହିଥିବା ବେଳେ ସେ ସମୟରେ ଟମାଟୋ ଖାଇବା ଦ୍ୱାରା ପେଟ ମଧ୍ୟରେ ପ୍ରତିକ୍ରିୟା ଆରମ୍ଭ ହୋଇ ଯାଇଥାଏ । ଫଳରେ ଷ୍ଟୋନର ସମସ୍ୟା ମଧ୍ୟ ଦେଖାଯିବାର ଆଶଙ୍କା ବଢ଼ି ଯାଇଥାଏ ।

-ଖାଲି ପେଟରେ ଔଷଧର ସେବନ ଜମା ବି କରନ୍ତୁ ନାହିଁ । ଏପରି କଲେ ପେଟରେ ଏସିଡ୍‌ ହେବାର ସମସ୍ୟା ଦେଖା ଯାଇଥାଏ । ଔଷଧ ଖାଇବା ପୂର୍ବରୁ ଡ଼ାକ୍ତରଙ୍କ ପରାମର୍ଶ ନିହାତି ଭାବରେ ନିଅନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.