Coronavirus Impact: ଭାରତରେ ବନ୍ଦ ହୋଇପାରେ ଏହିସବୁ ସ୍ମାର୍ଟଫୋନ, ଶେଷ ହୋଇଗଲା iPhoneର ସମସ୍ତ ପାର୍ଟ୍ସ
କରୋନା ଭାଇରସର ସଂକ୍ରମଣ ଯଦିଓ ଭାରତ ଉପରେ ସେତେଟା ପ୍ରଭାବ ପକାଇନାହିଁ କିନ୍ତୁ ଏହାର ସାଇଡ ଇଫେକ୍ଟ ନିଶ୍ଚିତ ଭାବେ ପଡିଛି । ଏକ ରିପୋର୍ଟ ଅନୁଯାୟୀ କରୋନା ଭାଇରସ କାରଣରୁ ଚୀନରୁ ଆସୁଥିବା ମୋବାଇଲ ପାର୍ଟସର ସପ୍ଲାଇ ବନ୍ଦ ହୋଇଯାଇଛି ଏବଂ ଏହାର ଅଭାବ କାରଣରୁ କିଛିଦିନ ମଧ୍ୟରେ ଭାରତରେ ମୋବାଇଲ ତିଆରି ହେବ ବନ୍ଦ ହୋଇଯାଇପାରେ । ସୂଚନା ଅନୁଯାୟୀ ଚୀନର ସ୍ମାର୍ଟଫୋନ କମ୍ପାନୀ ଏହାର ପାର୍ଟସ ଗୁଡିକର ଦର ବଢ଼ାଇପାରେ । କାରଣ ବୁହାନ ସହରରେ ବ୍ୟାପିଥିବା କରୋନା ଭାଇରସ କାରଣରୁ ମୋବାଇଲ ପାର୍ଟସ ସମେତ ଅନେକ ଗୁଡିଏ କମ୍ପାନୀ ବନ୍ଦ ହୋଇପଡିଛି ।
ଚୀନରେ କରୋନା ଭାଇରସ କାରଣରୁ ୧୩୦୦ରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୬୦୦୦୦ ଲୋକ ଆକ୍ରାନ୍ତ ହୋଇ ସାରିଛନ୍ତି । ଏପରିକି ଭାରତରେ ମଧ୍ୟ କିଛି କରୋନା ଭାଇରସ ସଂକ୍ରମଣ ଦେଖିବାକୁ ମିଳିଲାଣି । ତେବେ ଏପରିସ୍ଥଳେ ଭାରତରେ ଅନେକ ମ୍ୟାନୁଫ୍ୟାକଚରିଂ କମ୍ପାନୀର ଉତ୍ପାଦନ ବନ୍ଦ ହୋଇଥିବା ବେଳେ ପାର୍ଟସର ଅଭାବ କାରଣରୁ ମୋବାଇଲ ପ୍ରଡକ୍ସନ ମଧ୍ୟ ପ୍ରଭାବିତ ହୋଇଛି ।
ସୂଚନା ଅନୁଯାୟୀ ଆପଲର iPhone 11 ଓ 11 Proର ପାର୍ଟ୍ସ ଗୁଡିକ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇଯାଇଛି ଏବଂ ବର୍ତ୍ତମାନ ଚୀନରୁ ଏହାର ଆମଦାନୀ କରାଯାଇପାରୁନାହିଁ । ଏପରିସ୍ଥଳେ ଏମାନଙ୍କର ମ୍ୟାନୁଫ୍ୟାକଚରିଂକୁ ବନ୍ଦ କରିଦିଆଯାଇଛି । ଇଣ୍ଡଷ୍ଟ୍ରିର କହିବା ଅନୁଯାୟୀ ଯଦି ଚୀନରୁ ଆମଦାନୀ ଆରମ୍ଭ ନହୁଏ ତାହେଲେ ବିଶ୍ଵର ଦ୍ଵିତୀୟ ବଡ଼ ସ୍ମାର୍ଟଫୋନ ଆସନ୍ତା ସପ୍ତାହରେ ମାର୍କେଟକୁ ଆସିବା ବନ୍ଦ ହୋଇ ଯାଇପାରେ ।
ଯଦିଓ ସ୍ମାର୍ଟଫୋନରେ ବ୍ୟବହାର କରାଯାଉଥିବା ବ୍ୟାଟେରିର ଉତ୍ପାଦନ ଭିଏତନାମରେ ହୋଇଥାଏ । ଏହାବ୍ୟତୀତ କିଛି କ୍ୟାମେରା ମୋଡ୍ୟୁଲ ମଧ୍ୟ ସେଠାରେ ପ୍ରସ୍ତୁତ କରାଯାଇଥାଏ କିନ୍ତୁ ଡ଼ିସପ୍ଲେ ଓ କନେକ୍ଟର୍ସ ପାଇଁ ସମ୍ପୂର୍ଣ୍ଣ ଭାବେ ଚୀନ ଉପରେ ନିର୍ଭର କରିବାକୁ ପଡିଥାଏ । କେବଳ ସେତିକି ନୁହେଁ ଚିପ ମଧ୍ୟ ପ୍ରାରମ୍ଭିକ ଭାବେ ଭିଏତନାମରେ ପ୍ରସ୍ତୁତ ହୋଇଥାଏ କିନ୍ତୁ ଏହାକୁ ଫାଇନାଲ ଟଚ ଚୀନ ହିଁ ଦେଇଥାଏ ।