ଚିକିତ୍ସା ଅବହେଳାରୁ ନବଜାତ ଶିଶୁର ମୃତ୍ୟୁ ଅଭିଯୋଗ, ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଉତ୍ତେଜନା

ଜଳେଶ୍ୱର (କେନ୍ୟୁଜ): ନବଜାତ ଶିଶୁ ମୃତ୍ୟୁକୁ ନେଇ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଉତ୍ତେଜନା। ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଆସିଛି ଅଭିଯୋଗ। ବାଲିଆପାଳ ଥାନା ଅନ୍ତର୍ଗତ ବଡାଶ ଗ୍ରାମର ଜଣେ ମହିଳାଙ୍କର ପ୍ରସବ ବେଦନା ହେବାରୁ ତାଙ୍କୁ ପରିବାର ଲୋକ ଗତକାଲି ବସ୍ତା ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡ୍ୟୁଟିରେ ଥିବା ଡାକ୍ତର ପରୀକ୍ଷା କରି ପ୍ରସୂତିଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଥିଲେ।

ପରିବାର ଲୋକେ ପ୍ରସୂତିଙ୍କୁ ଆମ୍ବୁଲାନ୍ସ ଯୋଗେ ବାଲେଶ୍ଵର ହସପିଟାଲକୁ ପଠାଇବା ସମୟରେ ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନିକଟରେ ଏକ ଶିଶୁ ପୂତ୍ର ଜନ୍ମ ହୋଇଥିଲା । କୌଣସି ଡ଼ାକ୍ତର ତାଙ୍କୁ ଚିକିତ୍ସା ପାଇଁ ଆସିନଥିବା ନେଇ ପରିବାର ଲୋକ ଅଭିଯୋଗ କରିଛନ୍ତି । ଆଜି ସକାଳେ ଚିକିତ୍ସା ଅବହେଳାରୁ ନବଜାତ ଶିଶୁ ପୁତ୍ରର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଉଜେନା ପ୍ରକାଶ ପାଇଥିଲା । ଚିକିତ୍ସା ଅବହେଳା ଓ ଅଧିକ ଅର୍ଥ ଦାବିରେ ଉଦ୍ଦେଶ୍ୟମୂଳକ ଭାବେ ଡାକ୍ତର ଏଭଳି କାର୍ଯ୍ୟ କରିଥିବା ନେଇ ପରିବାର ଲୋକ ବସ୍ତା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇ ପୋଲିସ ଘଟଣାର ତଦନ୍ତ କରୁଛି। ଏହି ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ଡ୍ୟୁଟିରେ ଥିବା ଡାକ୍ତର କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.