ଭୁବନେଶ୍ଵରରେ ପହଁଚିଲେ ନବନିଯୁକ୍ତ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍‌ ମୁରଲୀଧର

ଭୁବନେଶ୍ୱର(କେ ନ୍ୟୁଜ): ଭୁବନେଶ୍ୱରରେ ପହଞ୍ଚିଲେ ନବନିଯୁକ୍ତ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍‌ ମୁରଲୀଧର। ଭୁବନେଶ୍ୱର ବିମାନ ବନ୍ଦରରେ ଜଷ୍ଟିସ ମୁରଲୀଧରଙ୍କୁ ସ୍ୱାଗତ କଲେ ଗୃହସଚିବ ସଞ୍ଜୀବ ଚୋପ୍ରା ଓ ଡିସିପି ଉମାଶଙ୍କର ଦାଶ। ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ଡକ୍ଟର ଏସ୍‌ ମୁରଲୀଧର ଆସନ୍ତାକାଲି ଶପଥ ନେବା ନେଇ ସ୍ଥିର ହୋଇଛି । ରାଜଭବନରେ ଅନୁଷ୍ଠିତ ହେବ ଶପଥ ଗ୍ରହଣ ଉତ୍ସବ । ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହୋଇଛନ୍ତି ପଞ୍ଜାବ ହରିଆଣା ହାଇକୋର୍ଟର ବିଚାରପତି ଜଷ୍ଟିସ ଏସ୍‌ ମୁରଲୀଧର ।

ଜଷ୍ଟିସ ଏସ୍‌ ମୁରଲୀଧର ୧୯୬୧ ମସିହା ଅଗଷ୍ଟ ୮ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ୧୯୮୪ ମସିହା ସେପ୍ଟେମ୍ବର ମାସରେ ଚେନ୍ନାଇରେ ଓକିଲାତି ପେଶା ଆରମ୍ଭ କରିଥିଲେ । ୨୦୦୨ରୁ ୨୦୦୬ ମସିହା ପର୍ଯ୍ୟନ୍ତ ଲ’ କମିଶନ ସଦସ୍ୟ ଭାବେ ସେ କାର୍ଯ୍ୟ କରିଛନ୍ତି । ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ସେ ପିଏଚଡି କରିଛନ୍ତି । ଭୋପାଳ ଗ୍ୟାସ ଦୁର୍ଘଟଣା କ୍ଷତିଗ୍ରସ୍ତ ଓ ନର୍ମଦା ଡ୍ୟାମର ବିସ୍ଥାପିତଙ୍କୁ ନ୍ୟାୟ ପ୍ରଦାନରେ ତାଙ୍କର ବିଶେଷ ଭୂମିକା ରହିଥିଲା ।

 

Leave A Reply

Your email address will not be published.