ବଳାତ୍କାର କରିବାକୁ ଉଦ୍ୟମ କରୁଥିବା ଯୁବକକୁ ଛୁରୀ ଭୁସି ହତ୍ୟା କଲା ଯୁବତୀ

ବଳାତ୍କାର ଉଦ୍ୟମ କରୁଥିବା ଯୁବକକୁ ଜୀବନରୁ ମାରିଦେଲା ଯୁବତୀ। ଚେନ୍ନାଇର ତିରୁବଲ୍ଲୁର ଜିଲ୍ଲାର ଶୋଲାବରମ୍‌ ପୋଲିସ ଷ୍ଟେସନ୍‌ ଅଞ୍ଚଳରେ ଏଭଳି ଏକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ ଜଣେ ୨୬ ବର୍ଷ ଯୁବକ ଛୁରୀ ଦେଖାଇ ବଳାତ୍କାର କରିବାକୁ ଉଦ୍ୟମ କରିଥିଲା।

ପୋଲିସ ସୂଚନା ମୁତାବକ, ତିରୁବଲ୍ଲୁର ନିବାସୀ ଯୁବତୀ ଶୋଲାବରମ୍‌ ନିଜ ମାଉସୀ ଘରକୁ ଆସିଥିଲେ। ସନ୍ଧ୍ୟାରେ ସେ ଘର ବାହାରକୁ ଶୌଚ ପାଇଁ ଯିବା ବେଳେ ଅଜିତ ନାମକ ଜଣେ ବ୍ୟକ୍ତି ତାଙ୍କ ପାଖକୁ ଆସିଥିଲା। ମଦ ନିଶାରେ ସେ ଶୋଲାବରମ୍‌ଙ୍କ ସହ ଦୁର୍ବ୍ୟବହାର କରିଥିଲା ଓ ଛୁରୀ ଦେଖାଇ ବଳାତ୍କାର କରିବାକୁ ଚେଷ୍ଟା କରିଥିଲା।

ଆତ୍ମରକ୍ଷା ପାଇଁ ଯୁବତୀ ଜଣକ ତାକୁ ଧକ୍କା ଦେଇଥିଲେ। ଯୁବକ ତଳେ ପଡ଼ିଯିବା ପରେ ସେ ତା’ ହାତରୁ ଛୁରୀ ଛଡ଼ାଇ ଆଣି ଆକ୍ରମଣ କରିଥିଲେ। ଯୁବତୀ ଅଜିତ୍‌ର ମୁଣ୍ଡ ଓ ବେକକୁ ଛୁରୀରେ ଚୋଟ ମାରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ଅଜିତ୍‌ର ମୃତ୍ୟୁ ଘଟିଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାମଲାର ତଦନ୍ତ ଆରମ୍ଭ କରିଛି। ତେବେ ପୋଲିସ କହିଛି ଯେ ଏବେ ଆମେ ପ୍ରମାଣ ଖୋଜୁଛୁ। ଯଦି ଯୁବତୀ ସତ କହୁଥାଆନ୍ତି ତେବେ ତାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନପାରେ। ମିଳିଥିବା ସୂଚନା ମୁତାବକ, ଯୁବତୀ ଅଜିତ୍‌ଙ୍କର ସମ୍ପର୍କୀୟ ଥିଲୋ

Leave A Reply

Your email address will not be published.