Below header

ଶେଷକୃତ୍ୟରେ ଯୋଗ ଦେବା ସମୟରେ ଭୁଶୁଡି ପଡିଲା ଛାତ, ୧୦ରୁ ଅଧିକ ମୃତ

ଉତ୍ତରପ୍ରଦେଶ(କେ ନ୍ୟୁଜ): ରାଜଧାନୀ ଦିଲ୍ଲୀ ଉପକଣ୍ଠ ତଥା ଉତ୍ତରପ୍ରଦେଶର ଗାଜିଆବାଦ ଜିଲ୍ଲାରେ ଆଜି ଏକ ଦୁଖଦଃ ଘଟଣା ଘଟିଯାଇଛି । ଜଣଙ୍କ ଶେଷକୃତ୍ୟରେ ଯୋଗ ଦେବାକୁ ଯାଇଥିବା ବେଳେ ମର୍ମନ୍ତୁଦ ଦୁର୍ଘଟଣାର ହେଲେ ଶିକାର । ଜୀବନ ହାରିଲେଣି ୧୦ରୁ ଉର୍ଦ୍ଧ୍ବ ଲୋକ । ଗାଜିଆବାଦର ମୁରଦେବାଦ ସ୍ଥିତ ଏକ ଶ୍ମଶାନ ଘାଟ ପରିସରର ଏକ ଗ୍ୟାଲେରୀର ଛାତ ଅଚାନକ ଭୁଶୁଡ଼ି ପଡିବାରୁ ଏପରି ଏକ ଦୁର୍ଘଟଣା ଘଟିଛି । ଏଯାବତ ୧୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ଯେବେକି ୨୦ ଜଣରୁ ଅଧିକ ଗୁରୁତର ଭାବେ ଆହତ ହୋଇ ବିଭିନ୍ନ ହସ୍ପିଟାଲରେ ରହି ଚିକିତ୍ସିତ ହେଉଛନ୍ତି ।

ସୂଚନାରୁ ଜଣାଯାଇଛିକି, ଦୁର୍ଘଟଣା ଘଟିଥିବା ଶ୍ମଶାନଘାଟର ପିଲାର ଗୁଡିକରେ ଲିଂଟର ପଡିଥିଲା । କିନ୍ତୁ ପ୍ରବଳ ବର୍ଷାରେ ଲିଂଟରଟି ଖସି ପଡିଥିଲା । ଯାହା ତଳେ ଛିଡ଼ା ହୋଇଥିବା ୪୦ରୁ ଅଧିକ ଲୋକ ଚାପି ହୋଇଯାଇଥିଲେ । ଆଉ ଏହି ଅଘଟଣରେ ୧୦ରୁ ଅଧିକ ଜଣଙ୍କର ଜୀବନ ଯାଇଥିବା ଜଣାଯାଇଛି । ଅଘଟଣର ଶିକାର ହୋଇଥିବା ସମସ୍ତ ଲୋକ ମୁରାଦନଗରର ଡିଫେନ୍ସ କଲୋନୀ ବାସିନ୍ଦା ୬୫ ବର୍ଷୀୟ ଜୟରାମଙ୍କ ଶେଷକୃତ୍ୟ କ୍ରିୟାରେ ଯୋଗ ଦେବାକୁ ଯାଇଥିଲେ । ଶେଷକୃତ୍ୟ କାର୍ଯ୍ୟ ଶେଷ ହେବା ପରେ ସେଠାକାର ଏକ ଗ୍ୟାଲେରୀରେ ନିରବ ପ୍ରାର୍ଥନା କରିବାକୁ ଏକତ୍ରିତ ହୋଇଥିଲେ ।

ଏହି ସମୟରେ ହିଁ ଅଚାନକ ଏହି ଅଘଟଣଟି ଘଟିଥିଲା । ସ୍ଥାନୀୟ ପୋଲିସ, ପ୍ରଶାସନ, ଏନଡ଼ିଆରଏଫ ଉଦ୍ଧାର କାର୍ଯ୍ୟରେ ଚାଲୁ ରଖିଛନ୍ତି । ପ୍ରବଳ ବର୍ଷା କାରଣରୁ ଏହି କାର୍ଯ୍ୟରେ କିଛିଟା ବାଧା ଉପୁଜୁଥିବା ଜଣାଯାଇଛି । ଘଟଣାସ୍ଥଳରେ ପ୍ରବଳ ଜନଗହଳି ମଧ୍ୟ ଲାଗି ରହିଛି । ସୂଚନାରୁ ଜଣାଯିଛିକି ଏହି ଗ୍ୟାଲେରୀର ନିର୍ମାଣ ମାତ୍ର ଦେଢ଼ ମାସ ତଳେ ହିଁ ହୋଇଥିଲା । ଏଥିରେ ବ୍ୟବହାର ହୋଇଥିବା ସାମଗ୍ରୀ ନିକୃଷ୍ଟ ଧରଣର ହୋଇଥିବା କାରଣରୁ ଏହି ଦୁର୍ଘଟଣା ଘଟିଥିବା ନେଇ ଅଭିଯୋଗ ସ୍ଥାନୀୟ ବାସିନ୍ଦା ଅଭିଯୋଗ ଆଣିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.