ଆସନ୍ତାବର୍ଷ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ: ବ୍ଲକସ୍ତରରେ ହେବ ଗଣନା, ଭୋଟବାକ୍ସର ତାଲିକା ମାଗିଲେ ନିର୍ବାଚନ କମିଶନ

ଭୁବନେଶ୍ବର(କେନ୍ଯୁଜ୍): ଆସନ୍ତାବର୍ଷ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଭୋଟ ଗଣତି ବୁଥ୍‌ ସ୍ତର ପରିବର୍ତ୍ତେ ବ୍ଲକସ୍ତରରେ କରାଯିବ । ତେଣୁ ଅଧିକ ଭୋଟ ବାକ୍ସର ଆବଶ୍ୟକତା ରହିଛି। ରାଜ୍ୟ ପାଇଁ ପ୍ରାୟ ୯୨ ହଜାର ଭୋଟ ବାକ୍ସ ଦରକାର । ଏଥିପାଇଁ ଜିଲ୍ଲାପାଳଙ୍କୁ ଭୋଟବାକ୍ସର ତାଲିକା ମାଗିଲେ ନିର୍ବାଚନ କମିଶନ ।

ପୂର୍ବରୁ ଦିଆଯାଇଥିବା ତଥ୍ୟ ସଠିକ୍‌ ନଥିବାରୁ ପୁନର୍ବାର ମଗାଯାଇଛି। ୨୬ ତାରିଖ ସୁଦ୍ଧା ତାଲିକା ପ୍ରଦାନ କରିବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ଭୋଟ ବାକ୍ସ କେତେ ଅଛି ଓ କେତେ ନଷ୍ଟ ହୋଇଛି ତାହା ଜଣାଇଲେ କମିଶନ ଅଧିକ ଭୋଟ ବାକ୍ସ ପାଇଁ ପଦକ୍ଷେପ ନେବେ ବୋଲି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.