ନିଗମାନନ୍ଦଙ୍କ ନୀଳାଚଳ କୁଟୀର ଶୁଭ ପଦାର୍ପଣ ଶତବାର୍ଷିକୀ

ପବିତ୍ର ଚାରିଧାମ ମଧ୍ୟରୁ କ୍ଷେତ୍ର ପୁରୀ ଧାମ ଅନ୍ୟତମ । ଅନେକ ମହାପୁରୁଷ, ସାଧୁସନ୍ଥ ଏହି ଧାମକୁ ଆସିଛନ୍ତି । ନୀଳାଚଳ ସାରସ୍ୱତ ସଂଘ, ପୁରୀର ପ୍ରାଣ ପ୍ରତିଷ୍ଠାତା ପରମହଂସ ସଦଗୁରୁ ସ୍ୱାମୀ ନିଗମାନନ୍ଦ ସରସ୍ୱତୀ ଏହି ଧାମରେ ନିଜ ଜୀବନର ୧୨ ବର୍ଷ କଟାଇଥିଲେ ।

ପୁରୀ : ପବିତ୍ର ଚାରିଧାମ ମଧ୍ୟରୁ କ୍ଷେତ୍ର ପୁରୀ ଧାମ ଅନ୍ୟତମ । ଅନେକ ମହାପୁରୁଷ, ସାଧୁସନ୍ଥ ଏହି ଧାମକୁ ଆସିଛନ୍ତି । ନୀଳାଚଳ ସାରସ୍ୱତ ସଂଘ, ପୁରୀର ପ୍ରାଣ ପ୍ରତିଷ୍ଠାତା ପରମହଂସ ସଦଗୁରୁ ସ୍ୱାମୀ ନିଗମାନନ୍ଦ ସରସ୍ୱତୀ ଏହି ଧାମରେ ନିଜ ଜୀବନର ୧୨ ବର୍ଷ କଟାଇଥିଲେ । ସାଧନା ସମୟରେ ଗୁରୁ ସଚ୍ଚିଦାନନ୍ଦ ସରସ୍ୱତୀଙ୍କ ଆଦର୍ଶରେ ଚାରିଧାମ ଭ୍ରମଣ କରି ଶେଷରେ ପୁରୀ ଧାମରେ ପହଞ୍ଚିଥିଲେ । ଏହି ଧାମର ମହାମନ୍ତ୍ର ହେଉଛି ପ୍ରଜ୍ଞାନମ ବ୍ରହ୍ମ । ପରିବ୍ରାଜକ ଅବସ୍ଥାରେ ନିଗମାନନ୍ଦ ବଗଲା ଧର୍ମଶାଳାରେ ଅବସ୍ଥାନ କରିଥିଲେ ।

ଜଗନ୍ନାଥଙ୍କୁ ଦର୍ଶନ କରିବା ସମୟରେ ଆକସ୍ମିକ ଭାବରେ ମହାପ୍ରଭୁଙ୍କ ମହାପ୍ରସାଦ ପ୍ରାପ୍ତ ହୋଇଥିଲେ । ଠାକୁର ତାଙ୍କ ଜୀବନର ଶେଷ ୧୨ ବର୍ଷରୁ ବିଭିନ୍ନ ସ୍ଥାନରେ ଅବସ୍ଥାନ କରିଥିଲେ । ଏହି ସମୟ ମଧ୍ୟରେ ସେ ମହୋଦଧି କୂଳରେ ରହିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ଏଥି ପାଇଁ ସେ ସ୍ୱର୍ଗଦ୍ୱାରରେ ଏକ ସ୍ଥାୟୀ ଘର କିଣିବା ପାଇଁ ଚିନ୍ତା କଲେ ଏବଂ ୧୯୨୪ ମସିହାରେ ଯେଉଁ ଘରଟି କଣିଲେ ତାର ନାମ ଦେଲେ ନୀଳାଚଳ କୁଟୀର ।ଏହି ନୀଳାଚଳ କୁଟୀରକୁ ଠାକୁର ପବିତ୍ର ବିଷୁବ ସଂକ୍ରାନ୍ତି ଦିନ ଶୁଭ ପଦାପର୍ଣ କରିଥିଲେ । ଏହି କୁଟୀରରେ ୧୯୩୪ ମସିହା ପବତ୍ରି ରକ୍ଷା ବନ୍ଧନ ପୂର୍ଣ୍ଣିମା ଦିନ ଶ୍ରୀ ଶ୍ରୀ ଠାକୁର ତାଙ୍କ ଜନ୍ମ ଦିନରେ ଭଗବତ ପ୍ରେରଣାରେ ଉଦବୁଧ ହୋଇ ନୀଳାଚଳ ସାରସ୍ୱତ ସଂଘ ପ୍ରତିଷ୍ଠା କରିଥିଲେ ।

ସେହି ଦିନରୁ ଶ୍ରୀ ଠାକୁର ନିଗମାନନ୍ଦଙ୍କ ଉତ୍କଳ ଆଗମନର ଶତବାର୍ଷିକୀ ଉତ୍ସବ ଚଳିତବର୍ଷ ପାଳନ ହେଉଛି । ଶ୍ରୀ ଠାକୁର ୧୯୨୪ ମସିହାରେ ପୁରୀ ଆଗମନ କରି ପବିତ୍ର ବିଷୁବ ସଂକ୍ରାନ୍ତି ଏପ୍ରିଲ ମାସ ୧୪ ତାରିଖରେ ନୀଳାଚଳ କୁଟୀରରେ ପ୍ରବେଶ କରିଥିଲେ । ଏହି ସ୍ମରଣୀୟ ଉତ୍ସବର ଶତକ ଜୟନ୍ତୀ ବଗଲା ଧର୍ମଶାଳାରେ ପାଳନ କରାଯାଇଛି । ଶନିବାର ଦିନ ଅଧିବାସ ପୂଜା ଅନୁଷ୍ଠିତ ହୋଇଥିଲା ।ଏହି ଉପେକ୍ଷେ ଭକ୍ତମାନେ ଶ୍ରୀ ଶ୍ରୀ ଠାକୁର ମହାରାଜଙ୍କୁ ଏକ ସୁସଜ୍ଜତି ରଥରେ ବିଜେ କରାଇ ଶୋଭାଯାତ୍ରାରେ ନାମ ସଂକୀର୍ତ୍ତନ ସହିତ ନିଳାଚଳ କୁଟୀରରୁ ବଗଲା ଧର୍ମଶାଳା ପର୍ଯ୍ୟନ୍ତ ପାଛୋଟି ଆଣିଥିଲେ ।ପରେ ଅଧିବାସ ପୂଜା ଅନୁଷ୍ଠିତ ହୋଇଥିଲା ।

ଅଧିବାସ ସଭାର ସଂଘର ସଭ୍ୟ ଅତନୁ ସବ୍ୟସାଚୀ ନାୟକ ଓ ଆସାମ ବଙ୍ଗୀୟ ସାରସ୍ୱତ ମଠର ଟ୍ରଷ୍ଟି ମହେଶ୍ୱର ସ୍ୱାଇଁ ଶ୍ରୀ ଶ୍ରୀ ଠାକୁରଙ୍କ ପୁରୀ ଆଗମନ ମଧୁର ସ୍କୃତି ସ୍ମରଣ କରାଇ ଭକ୍ତମାନଙ୍କୁ ଭାବବିହ୍ୱଳ କରିଥିଲେ । ଦ୍ୱିତୀୟ ଦିବସ ରବିବାର ପବିତ୍ର ବିଷୁବ ସଂକ୍ରାନ୍ତି ପ୍ରାତଃ ପ୍ରାର୍ଥନା ସଭାରେ ମଙ୍ଗଳ ଆରତୀ ଓ ବୈଦିକ ପ୍ରାର୍ଥନା କାର୍ଯ୍ୟକ୍ରମ ପରେ ଦିବା ୯ଟା ସମୟରେ ସ୍ମାରକ ସଭା ଅନୁଷ୍ଠିତ ହୋଇଥିଲା ।

 

You might also like