ସୁରଙ୍କ ଠାରେ ଲାଗିଲା କି ପୂର୍ଣ୍ଣଚ୍ଛେଦ, ଏବେ କୁଆଡ଼େ ମାଡ଼ିବେ ‘ମାଡ଼ି ଚାଲ..’ ସୁର ଭାଇ

ଆଜିର ସବୁଠାରୁ ବଡ଼ ଖବର । କଂଗ୍ରେସ ଦଳରୁ ବରିଷ୍ଠ ନେତା ସୁରେଶ ରାଉତରାୟ ବହିଷ୍କୃତ । ବିଶୃଙ୍ଖଳିତ ଅଚରଣ ଏବଂ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ତାଙ୍କୁ ୬ ବର୍ଷ ପାଇଁ କଂଗ୍ରେସ ଦଳରୁ ବହିଷ୍କାର କରାଯାଇଛି । ଏ ସମ୍ପର୍କରେ ଏଆଇସିସି ପକ୍ଷରୁ ଘୋଷଣା କରାଯାଇଛି । ନିଜ ସାନ ପୁଅ ବିଜେଡିର ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ପାଇଁ ପ୍ରଚାର କରିବା ସୁରଙ୍କ ପାଇଁ ମହଙ୍ଗା ପଡ଼ିଛି । ଏ ନେଇ ତାଙ୍କୁ ପ୍ରଥମେ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଥିଲା । ତେବେ ପରେ ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି ।

ଆଜିର ସବୁଠାରୁ ବଡ଼ ଖବର । କଂଗ୍ରେସ ଦଳରୁ ବରିଷ୍ଠ ନେତା ସୁରେଶ ରାଉତରାୟ ବହିଷ୍କୃତ । ବିଶୃଙ୍ଖଳିତ ଅଚରଣ ଏବଂ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ତାଙ୍କୁ ୬ ବର୍ଷ ପାଇଁ କଂଗ୍ରେସ ଦଳରୁ ବହିଷ୍କାର କରାଯାଇଛି । ଏ ସମ୍ପର୍କରେ ଏଆଇସିସି ପକ୍ଷରୁ ଘୋଷଣା କରାଯାଇଛି । ନିଜ ସାନ ପୁଅ ବିଜେଡିର ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ପାଇଁ ପ୍ରଚାର କରିବା ସୁରଙ୍କ ପାଇଁ ମହଙ୍ଗା ପଡ଼ିଛି । ଏ ନେଇ ତାଙ୍କୁ ପ୍ରଥମେ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଥିଲା । ତେବେ ପରେ ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି ।

୧୯୭୭ରୁ ଜଟଣୀକୁ ନିଜ କବଜାରେ ରଖିଥିବା ସୁରେଶ ରାଉତରାୟ ସେଠାରୁ ୧୦ଥର ନିର୍ବାଚନ ଲଢ଼ି ୬ ଥର ବିଧାୟକ ହୋଇଛନ୍ତି । ତେବେ ଏଠି ତାଙ୍କର କଂଗ୍ରେସ ଇନିଂସ୍‌ ଶେଷ ହେଲା ବୋଲି କହିଲେ ଭୁଲ ହେବ ନାହିଁ । ନିଜର ଖୋଲା ମନ୍ତବ୍ୟ ତଥା ଡାଇଲଗ ବାଜି ଯୋଗୁଁ ସୁର ସବୁବେଳେ ଚର୍ଚ୍ଚାରେ ଗଣମାଧ୍ୟମ ଚର୍ଚ୍ଚାରେ ଥାଆନ୍ତି । ‘ମାଡ଼ି ଚାଲ…’ ହେଉଛି ତାଙ୍କର ଟ୍ରେଡମାର୍କ ଡାଇଲଗ୍‌ । ସବୁ ସଭାସମିତିରେ ତାଙ୍କ ମୁହଁରୁ ବାହାରେ ଓ ଲୋକେ ବି ଶୁଣିବାକୁ ଚାହାନ୍ତି ‘ମାଡ଼ି ଚାଲ..’ ।

ତେବେ ଜଣେ ଲୋକପ୍ରିୟ ନେତା ହେଉଛନ୍ତି ସୁରେଶ କୁମାର ରାଉତରାୟ । ନିଜର ମନ୍ତବ୍ୟ ଦେଲା ବେଳେ ହେଉ କି ଅପରପକ୍ଷର ବା ବିରୋଧୀଙ୍କ କୌଣସି ସଭା ସମିତି କିମ୍ବା କାର୍ଯ୍ୟକ୍ରମ ହେଉ ସୁର ପହଞ୍ଚି ଯାଆନ୍ତି । ସେଠି ସେ ନିଜେ କୌଣସି ରାଜନୈତିକ ଦଳର ବୋଲି ଭୁଲି ଯାଇ ସେଠାରେ ପ୍ରଶଂସା କରନ୍ତି ଆୟୋଜକଙ୍କୁ । ବିରୋଧୀ ଗୋଷ୍ଠୀ ହୋଇଥିଲେ ବି ତାଙ୍କୁ ପ୍ରଶଂସା କରିବାକୁ ଭୁଲନ୍ତି ନାହିଁ । ଏଭଳି ଭାବେ ସେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ଆରମ୍ଭ କରି ଅନ୍ୟ ଦଳର ନେତାଙ୍କୁ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମରେ ପ୍ରଶଂସା କରିବାକୁ ପଛାନ୍ତି ନାହିଁ । ଲୋକେ ତାଙ୍କ ଭାଷଣ ଶୁଣିବାକୁ, କଥା ଶୁଣିବାକୁ ଭଲ ପାଆନ୍ତି । ତାଙ୍କୁ କିଛି କହିବାକୁ ଉତ୍ସାହିତ କରନ୍ତି । ସୋସିଆଲ ମିଡିଆରେ ସୁରଙ୍କ ଫଲୋଅର୍ସ ମଧ୍ୟ ବହୁତ । ତେଣୁ ତାଙ୍କ ବାଇଟ୍‌ ପାଇଁ ଗଣମାଧ୍ୟମ ସବୁବେଳେ ତତ୍ପର ଥାଏ । ସାଧାରଣ ଲୋକଙ୍କର ଅତି ନିକଟତର ଥିବାରୁ ସମସ୍ତଙ୍କ ପାଇଁ ସେ ସୁର ଭାଇ ।

୧୯୪୫ ମସିହା ଅଗଷ୍ଟ ୧୦ ତାରିଖରେ ଜନ୍ମ ସୁର ରାଉତରାୟଙ୍କର । ୧୯୭୭ରେ ସେ ପ୍ରଥମେ ଜଟଣୀ ନିର୍ବାଚନ ମଣ୍ଡଳୀରୁ ଜନତା ଦଳର ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଥିଲେ । ସେଇଠି ହିଁ ରହିଲେ ଶେଷ ଯାଏ । ପରେ କିନ୍ତୁ କଂଗ୍ରେସରେ ଯୋଗ ଦେଇ ୧୯୮୦, ୧୯୮୫, ୧୯୯୫, ୨୦୦୦, ୨୦୦୪ ଏବଂ ୨୦୧୯ରେ ମୋଟ୍‌ ଛଅ ଥର ସେ ଜଟଣୀରୁ ବିଧାୟକ ଭାବେ ବିଧାନସଭା ଯାଇଛନ୍ତି । ଅବଶ୍ୟ ଚଳିତ ନିର୍ବାଚନରେ ସେ ପ୍ରାର୍ଥୀ ହେବେ ନାହିଁ ବୋଲି ଘୋଷଣା କରି ସାରିଥିଲେ । ତାଙ୍କର ଦୁଇ ପୁଅ ସିଦ୍ଧାର୍ଥ ଓ ମନ୍ମଥ ବର୍ତ୍ତମାନ ରାଜନୀତି ମଇଦାନରେ । ସାନପୁଅ ମନ୍ମଥ ଭୁବନେଶ୍ୱରରୁ ବିଜେଡି ସାଂସଦ ପ୍ରାର୍ଥୀ । ଅନ୍ୟପକ୍ଷରେ ବଡ଼ପୁଅ ସିଦ୍ଧାର୍ଥ ରାଜନୀତି ମଇଦାନରେ ପାଦ ଥାପିକୁ ଚେଷ୍ଟା ଚଳାଇଛନ୍ତି । ତେବେ ଦୁଇ ପୁଅଙ୍କ ରାଜନୈତିକ ଇଚ୍ଛା ଭିତରେ ସୁରଙ୍କୁ ବେଶ୍‌ କିଛି ତ୍ୟାଗ କରିବାକୁ ପଡ଼ିଛି । ଯାହାଫଳରେ ଏବେ ସେ ନିଜ ଦଳ ପାଖରେ ଅଲୋଡ଼ା ହୋଇ ପଡ଼ିଛନ୍ତି ।

ତେବେ ସେ କଂଗ୍ରେସ ଦଳରୁ ବିଦା ହେଲେ ଲାଭ କାହାର ହେବ ଦେଖିବାକୁ ବାକି ରହିଲା । କିନ୍ତୁ ରାଜନୀତିରେ ଥାଆନ୍ତୁ କି ନଥାନ୍ତୁ ତାଙ୍କ କାରନାମାକୁ ଭୁଲିବେନି ଲୋକେ । ତାଙ୍କ ଡାଇଲଗ ବାଜିକୁ ମନେ ରଖିବେ ସମସ୍ତେ । ପୁଣି କହୁଥିବେ… ସୁର ଭାଇ ଟିକେ ଡାଇଲଗ୍‌ ହେଇଯାଉ । ଆଉ ସୁରଭାଇ କହୁଥିବେ…. ମାଡ଼ି ଚାଲ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.