ରାୟଗଡା ଜିଲ୍ଲା ଓ ଦୌରାଜଜ୍‌ଙ୍କ ୯ ଜଣଙ୍କୁ ଫାଶୀ ଦଣ୍ଡାଦେଶ ବିରୋଧରେ ହାଇକୋର୍ଟରେ ଆଗତ ଅପିଲ ମାମଲାର ଶୁଣାଣି

ରାୟଗଡା(କେନ୍ଯୁଜ୍):ଗୁଣି ଗାରେଡି ସନ୍ଦେହରେ ଗୋଟିଏ ପରିବାରର ୩ ଜଣଙ୍କୁ ହତ୍ୟା ଘଟଣା । ରାୟଗଡା ଜିଲା ଓ ଦୌରାଜଜ୍‌ଙ୍କ ୯ ଜଣଙ୍କୁ ଫାଶୀ ଦଣ୍ଡାଦେଶ ବିରୋଧରେ ହାଇକୋର୍ଟରେ ଆଗତ ଅପିଲ ମାମଲାର ଶୁଣାଣି କରି ହାଇକୋର୍ଟ ତଲକୋର୍ଟଙ୍କୁ ରିପୋର୍ଟ ତଲବ କରିଛନ୍ତି ।

ହାଇକୋର୍ଟରେ ଆଗତ ମୃତ୍ୟୁ ଦଣ୍ଡାଦେଶ ଅନୁମୋଦନ ମାମଲାକୁ ମଧ୍ୟ ବିଚାର ପାଇଁ ଗ୍ରହଣ କରି ଉଭୟ ଆବେଦନର ଏକତ୍ର ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ମାର୍ଚ୍ଚ ୧୫ ତାରିଖରେ ମାମଲାର ବିସ୍ତୃତ ଶୁଣାଣି ହେବ ବୋଲି ଧାର୍ଯ୍ୟ କରାଯାଇଛି । ୨୦୧୬ ମସିହା ସେପ୍ଟେମ୍ବର ୯ ତାରିଖରେ ପୁଟାସିଂ ଥାନା ଅଞ୍ଚଳରେ ଗୁଣି ଗାରେଡି ସନ୍ଦେହରେ ଗୋଟିଏ ପରିବାରର ୩ ଜଣଙ୍କୁ ପିଟି ପିଟି ହତ୍ୟା କରାଯାଇଥିଲା । ରାୟଗଡା ଜିଲା ଓ ଦୌରାଜଜ ଗତ ଅକ୍ଟୋବର ୨୧ରେ ସଂପୃକ୍ତ ଥିବା ୯ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିଥିଲେ । ନିମ୍ନ ଅଦାଲତଙ୍କ ମୃତ୍ୟୁ ଦଣ୍ଡାଦେଶକୁ ଚାଲେଞ୍ଜ କରି ୯ ଅଭିଯୁକ୍ତ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.