ଯାହା ହେଲେ ବି ମୋତେ ନୂଆ ସ୍କୁଟି ଦରକାର, ୧୫ ଘଣ୍ଟାରୁ ଅଧିକ ସମୟ ହେଲାଣି ଧାରଣରେ ଯୁବତୀ

ଚାନ୍ଦବାଲି(କେନ୍ଯୁଜ୍): ନୂଆ ସ୍କୁଟି ପାଇଁ ରେଳ ଧାରଣାରେ ଯୁବତୀ । ସ୍କୁଟି ପାଇଁ ପୁଣି ରେଳ ଧାରଣାରେ। କଥାଟା ବୁଝିପାରୁନାହାନ୍ତି ନା । ତେବେ ଘଟଣାଟି ସେମିକି ଟିକେ ଭିନ୍ନ । ନୂଆ ସ୍କୁଟି ପାଇଁ ରେଳ ଧାରଣାରେ ଯୁବତୀ ଜଣଙ୍କ ପ୍ରାୟ ୧୫ ଘଣ୍ଟାରୁ ଅଧିକ ସମୟ ହେଲାଣି ବସି ରହିଛନ୍ତି । ରାତି ତମାମ ଶୀତ କାକରରେ ଏମିତି ବସି ରହିଛନ୍ତି ଯୁବତୀ। ଆଖପାଖରେ ବେଶ୍ କିଛି ଲୋକ ମଧ୍ଯ ଜମା ହୋଇଛନ୍ତି। କଥାଟା ଶୁଣିଲେ ଏହି ଯୁବତୀଙ୍କ ଭଳି ଆପଣଙ୍କ ରାଗ ବି ପୁରା ପଞ୍ଚମ ହୋଇଯିବ।

ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଘଣ୍ଟେଶ୍ୱର ମାଣିକପୁର ରେଳଷ୍ଟେସନରେ । ସୂଚନା ମୁତାବକ ଯୁବତୀ ଜଣଙ୍କ ହେଉଛନ୍ତି ଏକ ଫାଇନାନ୍ସ କମ୍ପାନୀର କର୍ମଚାରୀ। ଯାହାଙ୍କ ନା କୁନମୁନ୍‌ ବରାଳ । ତେବେ କିସ୍ତି ଟଙ୍କା ଆଦାୟ ପାଇଁ ସେ ଗତକାଲି ମାଣିକପୁରକୁ ଆସିଥିଲେ । ରେଳ ଧାରଣା ସାଇଡରେ ନିଜର ସ୍କୁଟି ପାର୍କିଙ୍ଗ କରିଥିଲେ । ହେଲେ ଏକ ହାଇଓ୍ଵା ଗାଡି ଆସି ତାଙ୍କ ସ୍କୁଟି ଉପରେ ହଠାତ୍ ଚଢି ଯାଇଥିଲା । ଯାହାଫଳରେ ଗାଡିଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଚୁରମାର ହୋଇଯାଇଛି । ଭଗବାନଙ୍କୁ କ୍ରୁପାରୁ କୁନମୁନ୍‌ ସ୍କୁଟି ଉପରେ ନଥିବା । ନହେଲେ ଯାହା ଘଟିଥାନ୍ତା ତାହା ସମସ୍ତଙ୍କୁ ଜଣା ।

ତେବେ ନିଜ ଗାଡିଟି ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବା ଦେଖି କୁନମୁନ୍‌ ହାଇଓ୍ଵା ଗାଡି ମାଲିକ ଏକ ନୂଆ ଗାଡି ଦେବାକୁ ଦାବି କରିଛନ୍ତି। ଗାଡିଟି ମରାମତି କଲେ କଣ ଲାଭ, ଯଦି ପୁଣି କିଛି ଡିଫେକ୍ଟ ଦେଖେଇବ ସେ କଣ ହାଇଓ୍ଵା ଗାଡି ମାଲିକକୁ କହିବେ ପୁଣି ସଜାଡିବାକୁ? ଏଭଳି ଯୁକ୍ତି ରଖିଛନ୍ତି। ତାଙ୍କୁ ଯାହା ହେଲେବି ନୂଆ ଗାଡି ଦେବାକୁ ସେ ଅଡି ବସିଛନ୍ତି ।

ଅନ୍ଯପଟେ ହାଇଓ୍ୱା ଚାଳକ ଘଟଣାପରେ ଗାଡି ଛାଡି ଫେରାର୍। ଏପଟେ ପୋଲିସ ପହଂଚିଥିଲେ ବି କିଛି ସମାଧାନ ହୋଇପାରିନଥିବାବେଳେ ଯୁବତୀ ଜଣଙ୍କ ଆଜି ସକାଳୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି। ତେବେ ଏଦିଗରେ ପୋଲିସ୍ ହାଇଓ୍ଵା ଗାଡି ମାଲିକଙ୍କ ସହ ଯୋଗାଯୋଗ କରି ଶୀଘ୍ର ସମାଧାନ ନେଇ ଚେଷ୍ଟା ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.