ରାଜନୈତିକ ସ୍ୱାର୍ଥ ସାଧନ ପାଇଁ ବିଜେଡି ଗଢିଛି ବିଜୁ ଯୁବ ବାହିନୀ : ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ବର,(କେନ୍ଯୁଜ୍) : ବିଜୁ ଯୁବବାହିନୀରେ ନିଯୁକ୍ତି ଓ ସଂରକ୍ଷଣକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । କହିଛନ୍ତି ରାଜନୈତିକ ସ୍ୱାର୍ଥ ସାଧନ ପାଇଁ ବିଜେଡି ଗଢିଛି ବିଜୁ ଯୁବ ବାହିନୀ । ବିଜୁ ବାବୁଙ୍କ ନାଁକୁ ନେଇ ରାଜନିତୀ କରୁଛି ଦଳ । ବିଜୁ ଯୁବବାହିନୀରେ ନିଯୁକ୍ତି ଓ ସଂରକ୍ଷଣକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସରକାରୀ ଅର୍ଥର ଅପବ୍ୟବହାର ହେଉଥିବା ସେ ଅଭିଯୋଗ କରିଛନ୍ତି ।  ଆସନ୍ତା ୩ ବର୍ଷ ଭିତରେ ବିଜୁ ଯୁବବାହିନୀରେ ଆଠ ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦିଆଯିବ । ସେମାନଙ୍କୁ ରାଜନୈତିକ ତଥା ନିର୍ବାଚନ କାର୍ଯ୍ଯକ୍ରମରେ ନିୟୋଜିତ କରାଯାଉଥିବା ପିସିସି ସଭାପତି  କହିଛନ୍ତି । ସେପଟେ ପିସିସି ସଭାପତିଙ୍କ ମନ୍ତବ୍ୟକୁ ଖଣ୍ଡନ କରିଛି ବିଜେଡି । ବିଜୁ ଯୁବ ବାହିନୀରେ କୌଣସି ରାଜନୀତି ନାହିଁ ,କଂଗ୍ରେସ କାହିଁକି ଭୟଭୀତ ହେଉଛି ବୋଲି ଦଳ ପ୍ରଶ୍ନ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.