Below header

ବାଇକ୍ ଚାଳକ ସାବଧାନ୍ ! ଯଦି ନକରିବେ ଏହି କାମ ୧୩ ଅକ୍ଟୋବର ପରେ ହୋଇପାରେ ଜେଲ୍

ବାଇକ୍ ଚାଳକ ସାବଧାନ୍ । ପରିବହନ ବିଭାଗ ଆସନ୍ତା ମାସରୁ ଏପରି ଗାଡି ବିରୋଧରେ ଅଭିଯାନ ଆରମ୍ଭ କରିବାକୁ ଯାଉଛି ଯାହାର ନାହିଁ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ । ଯଦି ଆପଣଙ୍କ ଗାଡିରେ ନାହିଁ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ତେବେ ତୁରନ୍ତ ଲଗାନ୍ତୁ । କାରଣ ୧୩ ଅକ୍ଟୋବର ହେଉଛି ଗାଡ଼ିରେ ହାଇ ସିକ୍ୟୁରିଟି ନମ୍ବର ଲଗାଇବା ପାଇଁ ଡେଡ୍ ଲାଇନ୍ । ଯଦି ଏହା ମଧ୍ୟରେ ଏହି ନମ୍ବର ପ୍ଲେଟ୍ ନଲଗାଇଲେ ତେବେ ଯାଇପାରନ୍ତି ଜେଲ୍ ।

number plateତେବେ ଏହା ପୂର୍ବରୁ ଲୋକମାନଙ୍କୁ ସଚେତନ କରିବା ପାଇଁ ପରିବହନ ବିଭାଗ ପକ୍ଷରୁ ଏକ ଅଭିଯାନ ମଧ୍ୟ କରାଯିବ ବୋଲି ସୂଚନା ମିଳିଛି । ସୂଚନା ଅନୁଯାୟୀ,ଯଦି ଅକ୍ଟୋବର ୧୩ ପରେ କାହା ଗାଡ଼ିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ନ ରହିବ ତେବେ ତାଙ୍କୁ ୫୦୦ ଟଙ୍କା ଜରିମାନା ଦେବା ସହ ୩ମାସ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ । ନୂଆ ନମ୍ବର ପ୍ଲେଟ୍ ହାସଲ କରିବାର ପ୍ରକ୍ରିୟା ୨ ଅକ୍ଟୋବରରୁ ଷ୍ଟାର୍ଟ ହୋଇଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.