Below header

ଆଜିଠାରୁ ଏସିଆ କପ୍‌ କ୍ରିକେଟ, ଭାଗନେଉଛନ୍ତି ଭାରତ ସହ ଛଅଟି ଦେଶ

ୟୁଏଇ(କେନ୍ଯୁଜ୍): ଆଜିଠାରୁ ଏସିଆ କପ୍‌ କ୍ରିକେଟ । ଦୁଇ ବର୍ଷ ପରେ ମୁହାଁମୁହିଁ ହେବେ ଭାରତ ସହ ଛଅଟି ଦେଶ । ଉଦ୍‌ଘାଟନୀ ମ୍ୟାଚ୍‌ରେ ବାଂଲାଦେଶ-ଶ୍ରୀଲଙ୍କା ମଧ୍ୟରେ ମୁକାବିଲା ହେବ । ସିଂହଳୀ ଦଳ ଏବେ ଖାରାପ ଫର୍ମ ଦେଇ ଗତି କରୁଥିବା ବେଳେ ବାଂଲାଦେଶ ଏହାର ଫାଇଦା ନେବାକୁ ପଡିଆକୁ ଓହ୍ଲାଇବ । ତେବେ ଦୀର୍ଘ ୪ ବର୍ଷ ପରେ ଶ୍ରୀଲଙ୍କା ଟିମକୁ କମବ୍ୟାକ କରୁଛନ୍ତି ପେସ୍‌ ବୋଲର ଲସିଥ ମାଲିଙ୍ଗା । ଟିମରେ ଅଧିନାୟକ ଆଞ୍ଜେଲୋ ମାଥ୍ୟୁସ୍‌, ପରେରା, ଉପୁଲ ଥରଙ୍ଗା, ଭଳି ଖେଳାଳୀ ଅଛନ୍ତି ।

asia cup indiaଅନ୍ୟପଟେ ଶ୍ରୀଲଙ୍କାକୁ ହରାଇ ବିଜୟ ଅଭିଯାନ ଆରମ୍ଭ କରିବାକୁ ସ୍ୱତନ୍ତ୍ର ଗେମପ୍ଲାନ କରିଛି ବାଂଲାଟିମ । ସେପଟେ ୧୮ ତାରିଖରେ ହଂକଂ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଟିମ ଇଣ୍ଡିଆ । ସେହିପରି ୧୯ ତାରିଖରେ ଭାରତ-ପାକିସ୍ତାନ ମଧ୍ୟରେ ମହାମୁକାବିଲା ହେବ ।  ରେହିତ ଶର୍ମା ଟିମ ଇଣ୍ଡିଆରେ ଅଧିନାୟକ ଦାୟିତ୍ୱ ତୁଲାଇବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.