Below header

ଆଜି ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ

ମୟୂରଭଞ୍ଜ(କେନ୍ଯୁଜ୍) : ଆଜି ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ । ଝାଡଖଣ୍ଡ ମୁକ୍ତିମୋର୍ଚ୍ଚା ପକ୍ଷରୁ ୧୨ ଘଣ୍ଟିଆ ମୟୂରଭଂଜ ପାଳନ କରାଯାଉଛି । ବାରିପଦାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି, ବାରିପଦା ଅର୍ବାନ କୋ-ଅପରେଟିଭ ବ୍ୟାଙ୍କ ଜମାକାରୀଙ୍କୁ ଟଙ୍କା ଫେରସ୍ତ ଏବଂ ମୟୂରଭଞ୍ଜ ଜିଲ୍ଲାରେ ରେଳବାଇର ବିକାଶ ଦାବିରେ ବନ୍ଦ ପାଳନ କରୁଛି ଜେଏମ୍‌ଏମ୍‌ । ବନ୍ଦ ପାଳନ ଯୋଗୁ ମୟୂରଭଂଜ ଜିଲ୍ଲା ଦେଇ ଯାଇଥିବା ୧୮ ନମ୍ବର ଓ ୪୯ ନମ୍ବର ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବନ୍ଦ ରହିଛି । ସ୍କୁଲ, କଲେଜ, ଦୋକାନ ବଜାର ମଧ୍ୟ ବନ୍ଦ ରହିଛି ।

strike mayurbhanjଦଳୀୟ କର୍ମୀମାନେ ପିକେଟିଂ କରୁଛନ୍ତି । ବନ୍ଦ ଡାକରାକୁ ଜିଲ୍ଲା ଓକିଲ ସଂଘ ସମର୍ଥନ ଜଣାଇ ସାମିଲ ହୋଇଛି । ବାରିପଦା ସମେତ କରଞ୍ଜିଆ, ଉଦଳା, ରାଇରଙ୍ଗପୁର ଉପଖଣ୍ଡରେ ବନ୍ଦ ପାଳିତ ହେଉଛି । ନିକଟରେ ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ଚିଠି ଲେଖିଥିବାବେଳେ ଦୀର୍ଘ ଦିନର ଦାବି ସତ୍ତ୍ୱେ ମୟୂରଭଂଜ ଜିଲ୍ଲାକୁ ଉପେକ୍ଷା କରିବା ଦୁର୍ଭାଗ୍ୟଜନକ ବୋଲି ଜେଏମଏମ କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.