ସମ୍ବଲପୁର: କରୋନା ଟିକା ନନେଲେ ସରକାରୀ ଯୋଜନା ମିଳିବ ନାହିଁ, ଗୋବିନ୍ଦପୁର ପଞ୍ଚାୟତରେ ଏଭଳି ହେଉଛି ପ୍ରଚାର

କୁଚିଣ୍ଡା(କେନ୍ୟୁଜ୍): ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ପ୍ରଶାସନ କୋଭିଡ ଟିକାନେବା ପାଇଁ ମାଇକ ଜରିଆରେ ପ୍ରଚାର କରୁଛନ୍ତି  ପଞ୍ଚାୟତ ଅଧିକାରୀ। ପ୍ରଚାରରେ ସାହି ସାହି ବୁଲି କହୁଛନ୍ତି ପ୍ରଥମ ଡୋଜ ଟିକା ନେଇଥିବା ବ୍ୟକ୍ତିଙ୍କର ଯଦି ୮୪ ଦିନ ପୁରାହୋଇଛି  ତେବେ ଦ୍ବିତୀୟ ଡୋଜ୍  ଟିକା ନେଇଯାଆନ୍ତୁ । ଦ୍ବିତୀୟ ଡୋଜ କୋଭିଡ ଟିକା ନେବା ପାଇଁ ପୁରୁଣା ବସ୍ତି ସ୍କୁଲ ଏବଂ ମୁଣ୍ଡାଢିପା ପ୍ରାଥମିକ ବିଦ୍ୟାଳୟରେ ଦିଆଯିବ।

sambalpur23

ଯେଉଁ  ବ୍ୟକ୍ତିଙ୍କ ୮୪ ଦିନ  କୋଭିଡ ଟିକା ନେବା ପୂରଣ  ହୋଇଥିବ ଆଉ ଯଦି ସେମାନେ ଟିକା ନନେବେ ତେବେ ସେମାନେ ସରକାରୀ ଯୋଜନାରୁ ବଚିଂତ ହେବେ ବୋଲି ପଚାଂୟତ ପ୍ରଶାସନ ମାଇକ ଜରିଆରେ ପ୍ରଚାର କରିଛନ୍ତି। ଏହାକୁ  ନେଇ ଜନଅସନ୍ତୋଷ ପ୍ରକାଶ ପାଇଛି। ଲୋକଙ୍କ କହିବା କଥା ହେଲା ସେମାନ ଟିକାକୁ ଉପଯୁକ୍ତ ସମୟରେ ନେଉଛନ୍ତି ପଞ୍ଚାୟତ ଅଧିକାରୀ ଏପରି ଭୟ କାହିଁକି  ଦେଖାଉଛନ୍ତି  ତାହା ଆମେ ଜାଣିପାରୁନୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.