ହୀରାକୁଦକୁ କମିଛି ଜଳ ପ୍ରବେଶ, ଆଉ ଖୋଲିବନି ଗେଟ୍ : ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ

ହୀରାକୁଦକୁ କମିଛି ଜଳ ପ୍ରବେଶ । ଆଗକୁ ଜଳ ପ୍ରବେଶ ଆହୁରି କମିବ । ଉପରମୁଣ୍ଡ ଓ ତଳମୁଣ୍ଡରେ ବି ବର୍ଷା କମିଛି । ଫଳରେ ଏବେ ଅଧିକ ଗେଟ୍ ଖୋଲିବ ନାହିଁ । ଏହି ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି ।

ସମ୍ବଲପୁର (କେନ୍ୟୁଜ): ହୀରାକୁଦକୁ କମିଛି ଜଳ ପ୍ରବେଶ । ଯେତିକି ପ୍ରବେଶ କରୁଛି ସେତିକି ବାହାରୁଛି । ଏବେ ୨୦ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟା ଜଳ । ଆଗକୁ ଜଳ ପ୍ରବେଶ ଆହୁରି କମିବ । ଉପରମୁଣ୍ଡ ଓ ତଳମୁଣ୍ଡରେ ବି ବର୍ଷା କମିଛି । ଫଳରେ ଏବେ ଅଧିକ ଗେଟ୍ ଖୋଲିବ ନାହିଁ । ଏହି ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି ।

ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ରହିଛି ୬୨୧ ଫୁଟ୍ । ପ୍ରତି ସେକେଣ୍ଡରେ ଜଳଭଣ୍ଡାର ଭିତରକୁ ପ୍ରବେଶ କରୁଛି ସାଢ଼େ ୩ ଲକ୍ଷ ୩୬ ହଜାର ୧୮୦ କ୍ୟୁସେକ୍ ବନ୍ୟା ପାଣି । ସମାନ ପରିମାଣର ପାଣି ନିଷ୍କାସିତ ବି ହେଉଛି । ଅନ୍ୟପଟେ ମହାନଦୀରେ ବି ଖସୁଛି ବନ୍ୟା ପାଣି । ଦିନେ ଦୁଇ ଦିନ ଭିତରେ ଆହୁରି ହ୍ରାସ ପାଇବ । ଏବେ କଟକର ମୁଣ୍ଡଳୀଠାରେ ୨ଲକ୍ଷ ୬୧ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି । ତଳି ଅଞ୍ଚଳରେ ଆଉ ବନ୍ୟା ସ୍ଥିତି ନାହିଁ । ଲୋକେ ଆତଙ୍କିତ ହେବାର ଆବଶ୍ୟକ ନାହିଁ ବୋଲି ଯନ୍ତ୍ରୀ କହିଛନ୍ତି । ସେହିପରି ୨ଟି ସ୍ଥାନରେ ଘାଇ ସୃଷ୍ଟି ହୋଇଛି । ପାଣି କମିଲେ ଖୁବଶୀଘ୍ର ମରାମତି ହେବ ବୋଲି ଯନ୍ତ୍ରୀ କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.