ଭାରତକୁ ବୋହୂ ସାଜି ଆସିବେ ଆଉ ଜଣେ ପାକିସ୍ତାନୀ, କରାଚିର ଅମୀନାଙ୍କୁ ବାହା ହେଲେ ଯୋଧପୁର ବ୍ୟବସାୟୀ

ବିବାହ ପାଇଁ ଅମୀନା ଭାରତର ଭିସା ପାଇ ନଥିଲେ । ଭିସା ନମିଳିବାରୁ ଅନଲାଇନରେ ଅରବାଜଙ୍କୁ ବିବାହ କରିଛନ୍ତି ଅନୀମା । ବିବାହର ସମସ୍ତ ରୀତିନୀତି ଭର୍ଚୁଆଲ ପଦ୍ଧତି ଅନୁଯାୟୀ ହୋଇଛି ।

ବହୁ ଚର୍ଚ୍ଚିତ ସୀମା ଏବଂ ଅଞ୍ଜୁଙ୍କ ବିବାହ ପରେ ଚର୍ଚ୍ଚାରେ ପାକିସ୍ତାନୀ ମହିଳା ଓ ଯୋଧପୁର ଯୁବକଙ୍କ ଅନଲାଇନ୍ ବିବାହ । ଭର୍ଚୁଆଲରେ ବିବାହ କରିଛନ୍ତି କରାଚିର ଅମୀନା ଓ ଯୋଧପୁରର ବ୍ୟବସାୟୀ ଅରବାଜ୍ । ବିବାହ ପାଇଁ ଅମୀନା ଭାରତର ଭିସା ପାଇ ନଥିଲେ । ଭିସା ନମିଳିବାରୁ ଅନଲାଇନରେ ଅରବାଜଙ୍କ ବିବି ସାଜିଛନ୍ତି ଅନୀମା । ବିବାହର ସମସ୍ତ ରୀତିନୀତି ଭର୍ଚୁଆଲ ପଦ୍ଧତି ଅନୁଯାୟୀ ହୋଇଛି । କରାଚିରେ ଥିବା କନ୍ୟା କହିଛନ୍ତି ଯେ- ‘ମୁଝେ କବୁଲ ହୈ’ ।

ଯୋଧପୁରର କଣ୍ଟ୍ରାକ୍ଟର ମହମ୍ମଦ ଆଫଜାଲଙ୍କ ସାନ ପୁଅ ଅରବାଜ ଜଣେ ପାକିସ୍ତାନୀ ମହିଳା ଅମୀନାଙ୍କୁ ବିବାହ କରିଛନ୍ତି। ଏହି ବିବାହ କରାଚିରେ ହେବାକୁ ଥିଲା, କିନ୍ତୁ ଭିସା ସମସ୍ୟା ହେତୁ ନିକା ଅନଲାଇନରେ କରାଯାଇଥିଲା। ଉଭୟ ପରିବାର ମଧ୍ୟରେ ସମ୍ପର୍କ ଗଢ଼ି ଉଠିଥିଲା । ଅରବାଜଙ୍କ ପରିବାରର ଜଣେ ସଦସ୍ୟ ପୂର୍ବରୁ ପାକିସ୍ତାନରେ ବିବାହ କରିଛନ୍ତି । ସେମାନଙ୍କର ସୁଖର ସଂସାର ଦେଖି ଅମୀନାଙ୍କ ପରିବାର ଅରବାଜଙ୍କ ପାଇଁ ବିବାହ ପ୍ରସ୍ତାବ ଦେଇଥିଲେ । ଏହାପରେ ବିବାହ ପ୍ରସ୍ତୁତି ଆରମ୍ଭ କରିଥିଲେ ଉଭୟ ପରିବାର ।

ବ୍ୟାଣ୍ଡ, ବାଜା ବାରାତ ସହ ଯୋଧପୁର ଓସୱାଲ ସମାଜ ଭବନରେ ପହଞ୍ଚିଥିଲେ ଅରବାଜ । ଏହାପରେ ଅନଲାଇନରେ ନିକାହ କରିଥିଲେ । ଏବେ ଅମୀନା ଭାରତର ଭିସା ପାଇଁ ଆବେଦନ କରିବେ । ସେ ଭାରତ ଆସିବେ ପୁଣି ଥରେ ରୀତିନୀତି ଅନୁସାରେ ବିବାହ କରିବେ ବୋଲି ଅରବାଜ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.