୨୦୨୨ ଜାନୁଆରୀ ୧ ରୁ ଦରକାର ପଡ଼ିବନି ସ୍ମାର୍ଟ କାର୍ଡ ଡିଏଲ୍‌ : ଓଡ଼ିଶା ସରକାର

ଭୁବନେଶ୍ୱର : ନୂଆ ବର୍ଷ ବା ୨୦୨୨ ଜାନୁଆରୀ ୧ରୁ ଆଉ ଇସ୍ୟୁ ହେବନି ସ୍ମାର୍ଟ କାର୍ଡ ଡ୍ରାଇଭିଂ ଲାଇସେନ୍ସ ଓ ପେପର ବେସ୍‌ଡ ଗାଡ଼ି ରେଜିଷ୍ଟ୍ରେସନ ସାର୍ଟିଫିକେଟ । ଏମିତି କହିଛନ୍ତି ରାଜ୍ୟ ସରକାର । ଏଥିପାଇଁ ରାଜ୍ୟ ସରକାର ଏକ ନୋଟିଫିକେସନ ଜାରି କରିଛନ୍ତି । ପ୍ରାୟ ୧୫ ବର୍ଷ ର୍ପୂବରୁ ଚାଲିଆସିଥିବା କାଗଜ ବହି ଥିବା ଡିଏଲ କୁ ପରିବର୍ତ୍ତନ କରି ସ୍ମାର୍ଟ କାର୍ଡ଼ ଡିଏଲ୍‌ ଆରମ୍ଭ ହୋଇଥିଲା । ସରକାରଙ୍କ ୫ଟି ନିୟମ ଅନୁଯାୟୀ ଏହି ପଦକ୍ଷେପ ନିଆଯାଇଥିଲା । କାରଣ ଥିଲା ଜନତାଙ୍କୁ ଭଲ ସେବା ଦେବା ସଂଗେ ସଂଗେ ଡିଏଲ୍‌ ପାଇବାରେ ଥିବା ବିଳମ୍ବକୁ ଏଡାଇ ହେବ ବୋଲି କହିଛନ୍ତି ବାଣିଜ୍ୟ ଓ ପରିବହନ ସଚିବ ମଧୁସୂଦନ ପାଢ଼ୀ ।

ସରକାରଙ୍କ ନୋଟିଫିକେସନ ଅନୁଯାୟୀ ଡିଏଲ୍‌ ଓ ଆର୍‌ସି ଡାଉନଲୋଡ କରିବା ପାଇଁ ଏକ େଓ୍ଵବ ପୋର୍ଟାଲ ବିକଶିତ କରାଯାଇଛି । ଏବେ ଲୋକେ ପୋଷ୍ଟାଲରେ ସ୍ମାର୍ଟ କାର୍ଡ ଡିଏଲ୍‌ ପାଇବା ପାଇଁ ୨୪୦ ଟଙ୍କା ଓ ଆରସି ବୁକ୍‌ ପାଇଁ ୨୦୦ ଟଙ୍କା ଦେଉଥିଲେ । ୨୦୦୬ ରୁ ସରକାରଙ୍କ ଦ୍ୱାରା ନିଯୁକ୍ତ ଘରୋଇ ଏଜେନ୍ସି ଏହି କାର୍ଡ଼ ଦେବା ପାଇଁ ଅନୁମତି ପାଇଥିଲେ । ଏହି ଅର୍ଥ ଲୋକଙ୍କୁ ବହନ କରିବାକୁ ପଡ଼ୁଥିଲା ।

dl
p.c : CARS24

ତେବେ ଆସନ୍ତା ଜାନୁଆରୀ ୧ ତାରିଖରୁ ଲୋକେ ସେମାନଙ୍କର ଡିଏଲ୍‌ ଓ ଆରସି ବୁକ୍‌ କାଗଜ କପି ପାଖରେ ରଖିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଯେ କୌଣସି ସରକାରୀ ରେଫେରେନ୍ସ ଓ ଟ୍ରାଫିକରେ ଏହି କାଗଜ ସମ୍ବଳିତ ଡିଏଲ୍‌ ଓ ଆରସି ବୁକ୍‌ ଦେଖାଇବାକୁ ପଡ଼ିବ । ଏହି ନୁଆ ନିୟମ ଦ୍ୱାରା ସାଧାରଣ ଜନତାଙ୍କ ସହ ଅଫିସରଙ୍କ ସମୟ ମଧ୍ୟ ନଷ୍ଟ ହେବନି ।

କାରଣ ସ୍ମାର୍ଟ କାର୍ଡ ଡିଏଲ୍‌ ଯୋଗୁ ଏଥିରେ ଥିବା ଚିପରୁ ସୂଚନା ପାଇବା ସମୟ ସାପେକ୍ଷ ଥିଲା । ଫଳରେ ସାଧାରଣ ଜନତାଙ୍କ ସହ ଟ୍ରାଫିକ କର୍ମଚାରୀଙ୍କ ମଧ୍ୟ ସମୟ ଯାଉଥିଲା । ଏଥିପାଇଁ ପୋଲିସଙ୍କୁ ଇ-ଚାଲାନ ମେସିନ ଦେବାକୁ ପଡ଼ୁଥିଲା । ଏହି ବ୍ୟବସ୍ଥା ଫଳରେ ଲୋକଙ୍କୁ ଏବେ ପାଖରେ ସ୍ମାର୍ଟ କାର୍ଡ ଡିଏଲ୍‌ ପରିବର୍ତ୍ତେ କାଗଜ ପ୍ରସ୍ତୁତ ଡିଏଲ୍‌ ର କପି ରଖିବାକୁ ପଡ଼ିବ ବୋଲି ଜଣାପଡ଼ିଛି । ଯେଉଁ ଲୋକଙ୍କ ପାଖରେ ଇଣ୍ଟରନେଟ ସୁବିଧା ନାହିଁ ସେମାନେ ନିକଟସ୍ଥ ଜନସେବା କେନ୍ଦ୍ରରୁ ଡିଏଲ୍‌ ଓ ଆରସି ର କପି ପାଇପାରିବେ ।

Leave A Reply

Your email address will not be published.