Below header

ଅଟୋ ଏବଂ ଡାଲା ଗାଡିକୁ କଚାଡି କଚାଡି ଭାଙ୍ଗିଲା ହାତୀ, ଦେଖନ୍ତୁ ଦମଦାର୍‌ ଭିଡିଓ

ବାପରେ କି ରାଗ ! ମୁଣ୍ଡକୁ ରାଗ ଚଢ଼ିଲେ ପରିଣାମ କଣ ଯେ ହୁଏ ତାହା ଆପଣ ଆଜି ଏ ଭିଡିଓ ଦେଖିଲେ ଜାଣିପାରିବେ। ଚାହୁଁ ଚାହୁଁ ଗୋଟେ ଅଟୋ ଭାଙ୍ଗି ରୁୁଜି ଚୂରମାର ହୋଇଯାଉଛି। ନିମିଷକେ ମଧରେ ଅଟୋର ଚିହ୍ନବର୍ଣ୍ଣ ହିଁ ମିଳାଇ ଦେଉଛି ଗଜରାଜ। ଅଟୋଟିକୁ ଏମିତି କଚାଡି କଚାଡି ଭାଙ୍ଗୁଛି ଯେ ଆପଣ ବି ଦେଖିଲେ ଆପଣଙ୍କ ଆଖି ଖୋଲା ହିଁ ଖୋଲ ରହିଯିବ।

ଏବେ ସୋସିଆଲ ମିଡିଆରେ ଏହି ଭିଡିଓ ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଲୋକେ ଗଜରାଜଙ୍କର ଏପରି ରାଗ ବୋଧହୁଏ ପୂର୍ବରୁ କେବେବି ଦେଖିନଥିବେ। ପାଖରେ ଲୋକେ ଛିଡା ହୋଇଛନ୍ତି, ମାହୁନ୍ତ ବି ପିଠିରେ ବସିଛି କିନ୍ତୁ ବୋଲ ମାନୁନି ଅବୁଝା ହାତୀ। ଭିଡିଓ ଦେଖିଲେ ଲାଗୁଛି ହାତୀର ରାଗ ଏକଦମ୍‌ ଚରମରେ ପହଁଚିଯାଇଛି। ସେଥିପାଇଁ ତ ଚାହୁଁ ଚାହୁଁ ନିମିଷକେ ଭିତରେ ଭାଙ୍ଗି ରୁଜି ଚୂରମାର ହୋଇଯାଉଛି ହାତୀ।

ପାଖରେ ଅନ୍ୟ ଏକ ଡାଲା ଅଟୋ ବି ଛିଡା ହୋଇଛି ତା ଅବସ୍ଥା ବି ଖରାପ। ଅଟୋକୁ କଚାଡି କଚାଡି ଚୂରମାର କରିବା ପରେ ଡାଲା ଅଟୋକୁ ବି ଛାଡିଲାନି ହାତୀ। ତାକୁ ବି ନିଜ ଶୁଣ୍ଢରେ ଉଠାଇ କଚାଡୁଛି ହାତୀ। ପାଖରେ ଥିବା ବାଇକବି ଦୁଲ ଦାଲ ହୋଇ ସବୁ ତଳେ ପଡୁଥିଲା। କିନ୍ତୁ ହାତୀର ରାଗ ଶାନ୍ତ ହେବାର ନାଁ ଧରୁନଥିଲା।

ହାତୀର ରାଗ ଦେଖି ମାହୁନ୍ତ ବି ନାଚାର ହୋଇ ଖାଲି ଦେଖୁଥାଏ। କିନ୍ତୁ ଆଖି ପିଛୁଳାକେ ଧ୍ୱଂସ ବିଧ୍ୱଂସ କରିଦେଲା ହାତୀ। ତେବେ ଜଣାପଡିଲାନି ଏତେ ସଜବାଜ ହୋଇକି ଆସିଥିବା ହାତୀର ହଠାତ ରାଗ ଆସିଲା କେମିତିି। ଏ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି, ଲୋକେ ଭିଡିଓ ଦେଖି ଆଚମ୍ବିତ ହେଉଛନ୍ତି। ତେବେ ଘଟଣା କେବେର ଆଉ କେଉଁଠିକାର ତାହା ଏଯାଏଁ ଜଣାପଡିନି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.