ଚାଣକ୍ୟ ନୀତି : ଏହି କଥା ପାଇଁ ବୁଦ୍ଧିମାନ ବ୍ୟକ୍ତି ବି କଷ୍ଟରେ ପଡ଼ିଯାଇଥାନ୍ତି, ମାନନ୍ତୁ ଚାଣକ୍ୟଙ୍କ ଏହି ବାଣୀ

ପ୍ରସିଦ୍ଧ ନୀତିକାର ଆଚାର୍ଯ୍ୟ ଚାଣକ୍ୟ ନିଜ ନୀତିକୁ ନେଇ ବହୁତ ପ୍ରସିଦ୍ଧ । ଚାଣକ୍ୟଜୀ ଏକ ନୀତିଶାସ୍ତ୍ର ରଚନା କରିଛନ୍ତି ଯେଉଁଥିରେ ସମାଜର ପ୍ରତ୍ୟେକ ବିଷୟରେ ଗଭୀର ଭାବେ ବିଶ୍ଲେଷର କରିଛନ୍ତି । କୁହାଯାଏ ଯିଏ ଚାଣକ୍ୟଙ୍କ ନୀତି କୁ ଜୀବନରେ ଲଗାଇଥାଏ ତାଙ୍କର କୌଣସି ଅସୁବିଧା ହୁଏନାହିଁ । ସେ ସର୍ବଦା ଜୀବନରେ ସଫଳ ହୋଇଥାଏ । ମାନ୍ୟତା ରହିଛି ଯେଉଁ ବ୍ୟକ୍ତି ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିକୁ ଅନୁସରଣ କରେ ସେ ବ୍ୟକ୍ତି ନିଜ ଜୀବନରେ ବହୁତ ଉନ୍ନତି କରେ ।

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଅନୁଭୂତିରୁ ଏମିତି କିଛି କଥା କହିଛନ୍ତି, ଯାହାକୁ ପାଳନ କଲେ କେବେ ବି ପଡ଼ିବେନି କଷ୍ଟରେ । ନଚେତ୍‌ ଯେତେ ବୁଦ୍ଧିମାନ ଲୋକ ହେଲେ ବି କଷ୍ଟରେ ପଡ଼ିଯାଇ ପାରନ୍ତି । ଆସନ୍ତୁ ଜାଣିବା ଚାଣକ୍ୟଙ୍କ ଏହି ଉଦଦେଶ ସମ୍ପର୍କରେ ।

ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି, ଏକ ପଣ୍ଡିତ ବି ଘୋର କଷ୍ଟରେ ଆସିଯାଇଥାଏ ଯଦି ସେ କୌଣସି ମୂର୍ଖକୁ ଉପଦେଶ ଦିଏ । କାରଣ ମୂର୍ଖ ବ୍ୟକ୍ତି ଉପଦେଶର ମୂଲ୍ୟ କିଛି ବୁଝିନଥାଏ । ବରଂ ପଣ୍ଡିତଙ୍କ ସହ ନିଜ ଜ୍ଞାନରେ ଯୁକ୍ତି ତର୍କ କରିଥାଏ । ଏହାଦ୍ୱାରା ପଣ୍ଡିତ ବ୍ୟକ୍ତିଙ୍କର ଅଯଥା ସମୟ ଓ ଜ୍ଞାନ ବରବାଦ ହୋଇଥାଏ । ତେଣୁ ନିଜର ଜ୍ଞାନକୁ ବି ଉଚିତ୍‌ ଲୋକଙ୍କୁ ଦେବା ଉଚିତ୍‌ । ଯାହାକି ସେ ତା’ର ଉଚିତ ପ୍ରୟୋଗ କରିପାରିବ ।

ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି, ଯଦି କେହି ବ୍ୟକ୍ତି କୌଣସି ଦୁଃଖୀ ବ୍ୟକ୍ତିଙ୍କ ସହ ଘନିଷ୍ଠ ସମ୍ପର୍କରେ ଆସନ୍ତି । ତେବେ ସେ ମଧ୍ୟ କଷ୍ଟରେ ପଡ଼ିଥାନ୍ତି । ଏମିତି ବ୍ୟକ୍ତି ତ ସବୁ ସମୟରେ ଦୁଃଖି ରହିଥାନ୍ତି, ଏଥିସହିତ ଆପଣଙ୍କୁ ମଧ୍ୟ ଦୁଃଖୀ କରିଥାନ୍ତି । ଏଥିପାଇଁ ବ୍ୟକ୍ତି ସବୁ ସମୟରେ ନିଜକୁ କଷ୍ଟରେ ଘେରି ରହିଥିବା ଅନୁଭବ କରେ । ଏଥିପାଇଁ ସେ ଜୀବନରେ ଆଗକୁ ବଢ଼ିପାରେନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.