ଗଜପତି ଜିଲ୍ଲାରେ ଦୁଇଟି ନୁହେଁ ବୁଲୁଛି ଗୋଟିଏ ବାଘ, କ୍ୟାମେରାରେ କଏଦ ହେଲା ଫଟୋ

ଦୁଇଟି ନୁହେଁ ଗୋଟିଏ ବାଘ। ଗଜପତି ଜିଲ୍ଲାରେ ଦୁଇ ଦୁଇଟି ବାଘ ଆତଙ୍କ ଘଟଣା ଉପରୁ ଉଠିଲା ପରଦା । ଦୁଇଟି ନୁହେଁ ବୁଲୁଛି ଗୋଟିଏ ବାଘ। କ୍ୟାମେରାରେ କଏଦ ହୋଇଛି ରାୟଗଡ ବ୍ଲକ ଅଁଳାବର ଗାଁ ନିକଟରେ ଥିବା ଜଙ୍ଗଲରେ ମହାବଳ ବାଘ ଫଟୋ ।

ଗଜପତି(କେନ୍ୟୁଜ): ଦୁଇଟି ନୁହେଁ ଗୋଟିଏ ବାଘ। ଗଜପତି ଜିଲ୍ଲାରେ ଦୁଇ ଦୁଇଟି ବାଘ ଆତଙ୍କ ଘଟଣା ଉପରୁ ଉଠିଲା ପରଦା । ଦୁଇଟି ନୁହେଁ ବୁଲୁଛି ଗୋଟିଏ ବାଘ। କ୍ୟାମେରାରେ କଏଦ ହୋଇଛି ରାୟଗଡ ବ୍ଲକ ଅଁଳାବର ଗାଁ ନିକଟରେ ଥିବା ଜଙ୍ଗଲରେ ମହାବଳ ବାଘ ଫଟୋ ।

ଗାଇକୁ ମାରି ଖାଇଥିବା ଫଟୋ କ୍ୟାମେରାରେ କଏଦ ହୋଇଛି। ଗତ ଦୁଇ ଦିନ ହେଲା ବାଘଟି ଆନ୍ଧ୍ରପ୍ରଦେଶ ସାରାଳି ନିକଟରେ ବୁଲୁଥିବା ଖବର ମିଳିଥିଲା। ବର୍ତ୍ତମାନ ବାଘଟି ଦେବଗିରି ବନାଞ୍ଚଳ କୁମୁଲୁସିଙ୍ଗ ବିଟ୍ ଅଞ୍ଚଳରେ ଚଲପ୍ରଚଳ କରୁଥିବା ସୂଚନା ଦେଇଛନ୍ତି ବନବିଭାଗ।

ଏଥିପାଇଁ ସମସ୍ତ ଗାଁ ଲୋକଙ୍କୁ ସତର୍କ ରହିବାକୁ ସୂଚନା ଦିଆଯାଇଛି। ବାଘ ମାରିଥିବା ଗାଁ ମାଲିକଙ୍କୁ ଅନୁକମ୍ପା ମୂଳକ ରାଶି ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି ACFO ଅଶୋକ କୁମାର ବେହେରା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.