ଚଣ୍ଡିଗଡ: ସ୍କୁଲ ନିକଟରେ ଗ୍ୟାସ୍‌ ଲିକ୍‌, ବ୍ୟାଗ୍‌ ଛାଡି ଦୌଡିଲେ ୧୬୦୦ ପିଲା

ଚଣ୍ଡିଗଡର ଘରୋଇ ସ୍କୁଲ ନିକଟରେ ପାଇପଲାଇନରୁ ଗ୍ୟାସ୍‌ ଲିକ୍‌ ହେବା ପରେ ସ୍କୁଲରେ ଆତଙ୍କ ଖେଳିଯାଇଛି । ସ୍କୁଲରେ ଥିବା ୧୬୦୦ ପିଲା ବ୍ୟାଗ୍‌ ଛାଡି ସ୍କୁଲରୁ ଦୌଡିଥିଲେ । ଏହା ପରେ ସମସ୍ତ ପିଲାଙ୍କୁ ସୁରକ୍ଷିତ ଭାବେ ଘରକୁ ପଠାଯାଇଛି ।

ଚଣ୍ଡିଗଡର ଘରୋଇ ସ୍କୁଲ ନିକଟରେ ପାଇପଲାଇନରୁ ଗ୍ୟାସ୍‌ ଲିକ୍‌ ହେବା ପରେ ସ୍କୁଲରେ ଆତଙ୍କ ଖେଳିଯାଇଛି । ଫଳରେ ସ୍କୁଲରେ ଥିବା ପିଲାମାନେ ବ୍ୟାଗ୍‌ ଛାଡି ସ୍କୁଲରୁ ଦୌଡିଥିଲେ । ଏହା ପରେ ସ୍କୁଲରୁ ୧୬୦୦ ପିଲାଙ୍କୁ ସୁରକ୍ଷିତ ଭାବେ ଘରକୁ ପଠାଯାଇଛି । ଏହାସହିତ ଦମକଳ ଏବଂ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଛନ୍ତି ।

ଖବର ମୁତାବକ, ଚଣ୍ଡିଗଡ ସେକ୍ଟର ୪୦ରେ ସବୁଦିନ ଭଳି ଆଜି ମଧ୍ୟ ସ୍କୁଲ ଖୋଲାଯାଇଥିଲା । ସ୍କୁଲର ପାଚେରୀକୁ ଲାଗି ମାଟି ତଳେ ଗ୍ୟାସ୍‌ ପାଇପଲାଇନ ଯାଇଥିଲା । ଜେସିବି ମେସିନରେ ଏଠାରେ ଖୋଳାଯାଉଥିବା ବେଳେ ଏଥିରୁ ଗ୍ୟାସ୍‌ ଲିକ୍‌ ହୋଇଥିଲା । ଏହା ପରେ ସ୍କୁଲ ପିଲା ଭୟରେ ବ୍ୟାଗ୍‌ ଛାଡି ଏତେ ତେଣେ ଦୌଡିଥିଲେ । ପୋଲିସକୁ ଏବଂ ଦମକଳ ବାହିନୀକୁ ଖବର ଦିଆଯାଇଥିଲା । ସ୍କୁଲ କର୍ତ୍ତୃପକ୍ଷ ୧୬୦୦ ପିଲାଙ୍କୁ ନିଜ ଘରେ ଛାଡିଥିଲେ ।

ତେବେ ସମସ୍ତ ପିଲା ସୁରକ୍ଷିତ ଥିବା ସହିତ ଘରୁ ଯାଇଛନ୍ତି । ବାହାରେ କୌଣସି କାମ ଚାଲିଥିବା ବେଳେ ଏଭଳି ଘଟଣା ଘଟିଥିଲା । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମାମଲାର ତଦନ୍ତ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.