ପୂର୍ବତନ ବିଧାୟକଙ୍କୁ ନୋଟିସ୍, ଜଲଦି କ୍ବାର୍ଟର ଛାଡ ନଚେତ କଟାଯିବ ବିଜୁଳି ଓ ପାଣି : ବାଚସ୍ପତି

ଭୁବନେଶ୍ବର (କେନ୍ୟୁଜ୍) : ସରକାରୀ କ୍ୱାର୍ଟର ମାଡ଼ି ବସିଥିବା ୨୬ ଜଣ ପୂର୍ବତନ ବିଧାୟକଙ୍କୁ ନୋଟିସ୍‌। ତୁରନ୍ତ କ୍ୱାର୍ଟର ଖାଲି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ସୂର‌୍ୟ୍ୟନାରାୟଣ ପାତ୍ର। କ୍ୱାର୍ଟର ନଛାଡ଼ିଲେ ବିଜୁଳି ଓ ପାଣି କାଟିବାକୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି। ଏମାନଙ୍କ ଭିତରେ ଅଛନ୍ତି ବସନ୍ତ କୁମାର ପଣ୍ଡା, ଭୁଜବଳ ମାଝୀ, ବିଭୁତିଭୂଷଣ ହରିଚନ୍ଦନ, ବିଜୟଶ୍ରୀ ରାଉତରାୟ, ଦାମୋଦର ରାଉତ, ଦେବାଶିଷ ନାୟକ, ଧନେଶ୍ୱର ମାଝୀ, ଗୋଲକ ବିହାରୀ ନାୟକ, ଜୁଗଳ କିଶୋର ପଟ୍ଟନାୟକ, କିଶୋର ଚନ୍ଦ୍ର ତରାଇ, ମହେଶ ସାହୁ, ନନ୍ଦିନୀ ଦେବୀ, ନୀତେଶ ଗଙ୍ଗଦେବ, ପ୍ରଭାତ କୁମାର ତ୍ରିପାଠୀ, ପ୍ରବୀଣଚନ୍ଦ୍ର ଭଞ୍ଜଦେଓ, ପୁଷ୍ପେନ୍ଦ୍ର ସିଂହଦେଓ, ରବିନାରାୟଣ ନାୟକ, ରମେଶ ଚନ୍ଦ୍ର ମାଝୀ, ସାନନ୍ଦ ମାରାଣ୍ଡି, ସଞ୍ଜୟ କୁମାର ଦାସବର୍ମା, ସଞ୍ଜୀବ କୁମାର ସାହୁ, ସରୋଜ କୁମାର ସାମଲ, ସରୋଜିନୀ ହେମ୍ବ୍ରମ, ଝିନ୍ନ ହିକକା, ସ୍ୱର୍ଗତ ବେଦ୍‌ ପ୍ରକାଶ ଅଗ୍ରୱାଲ, ସ୍ୱର୍ଗତ ସୁବଳ ସାହୁ। ଏମାନଙ୍କ ବ୍ୟତୀତ ଦୁଇ ଜଣ ପୂର୍ବତନ ବିଧାୟକ ଓ ମନ୍ତ୍ରୀ ଗୋଟିଏରୁ ଅଧିକ ସରକାରୀ କ୍ୱାର୍ଟର ମାଡ଼ି ବସିଛନ୍ତି। ସେମାନେ ହେଲେ ଭୂଜବଳ ମାଝୀ ଓ ରବି ନାରାୟଣ ନାଏକ। ବାଚସ୍ପତି କହିଛନ୍ତି, ପୂର୍ବତନ ବିଧାୟକ କ୍ୱାର୍ଟର ଛାଡ଼ିଲେ ନୂଆ ବିଧାୟକଙ୍କୁ କ୍ୱାର୍ଟର ମିଳିବ।