Below header

ଭୁବନେଶ୍ୱରରେ ପହଞ୍ଚିଲା ଗ୍ୟାଙ୍ଗଷ୍ଟର ହାଇଦର, ସ୍ୱତନ୍ତ୍ର ସୁରକ୍ଷା ବଳୟରେ ନିଆଯାଉଛି କଟକ

ଭୁବନେଶ୍ୱର(କେନ୍ୟୁଜ): ଗିରଫ ପରେ ଓଡିଶା ଫେରିଛି ଗ୍ୟାଙ୍ଗଷ୍ଟର ହାଇଦର । କିଛି ସମୟ ତଳେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛି ଗ୍ୟାଙ୍ଗଷ୍ଟର । ଗତକାଲି ବିଳମ୍ବିତ ରାତିରେ ସ୍ଥାନୀୟ କୋର୍ଟରେ ହାଜର କରାଯିବା ପରେ ଟ୍ରାନ୍‌ଜିଟ୍‌ ରିମାଣ୍ଡରେ ଓଡ଼ିଶା ଆଣିଛିି କମିସନରେଟ ପୋଲିସର ସ୍ୱତନ୍ତ୍ର ଟିମ । ସ୍ୱତନ୍ତ୍ର ସୁରକ୍ଷା ବଳୟରେ କଟକ ନିଆଯିବ। ମଙ୍ଗଳାବାଗ ଥାନାରେ ମାମଲା ହୋଇଥିବାରୁ ପ୍ରଥମେ ସେଠାକୁ ନିଆଯାଇ କୋର୍ଟରେ ହାଜର କରାଯିବ। ୫ ଦିନ ପରେ ଗତକାଲି ହାଇଦ୍ରାବାଦ ଆଉଟସ୍କଟ ଜାହିରାବାଦରୁ ଗିରଫ କରାଯାଇଥିଲା । ହାଇଦ୍ରାବାଦ ସିଟି ପୋଲିସ ଟାସ୍କଫୋର୍ସ ସହାୟତାରେ କମିସନରେଟ ପୋଲିସ ହାଇଦରକୁ ଗିରଫ କରାଯାଇଥିଲା ।

ବାଇକ୍‌ରେ ଯାଉଥିବାବେଳେ ପିଛା କରି ମାଡିବସିଥିଲା ପୋଲିସ। ଗୁଇନ୍ଦା ଓ ବୈଷୟିକ ଗୁଇନ୍ଦା ତଥ୍ୟ ଆଧାରରେ ତାକୁ ଠାବ କରିଥିଲା ପୋଲିସର ସ୍ପେଶାଲ ସ୍କ୍ଵାର୍ଡ। ଗତକାଲି ସକାଳେ ହାଇଦରର ଗାଡ଼ିକୁ ଜବତ କରାଯାଇଥିଲା। ଗତ ଶନିବାର କଟକ ଏସସିବି ମେଡିକାଲରୁ ଫେରାର ହୋଇଥିଲା ହାଇଦର। ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ କର୍ମୀଙ୍କୁ ନିଶା ଦେଇ ମେଡିକାଲରୁ ଫେରାର ହୋଇଯାଇଥିଲା। ତାକୁ ଧରିବା ପାଇଁ ୨୦ରୁ ଅଧିକ ପୋଲିସ ଟିମ ଗତ ୫ଦିନ ଧରି ହାଇଦରକୁ ଗିରଫ କରିବାକୁ ଅକ୍ଲାନ୍ତ ପରିଶ୍ରମ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.