ଏଣିକି ଡିବିଟି ଜରିଆରେ ହିତାଧିକାରୀଙ୍କ ବ୍ୟାଙ୍କଖାତାକୁ ଆସିବ ପେନ୍‌ସନ ରାଶି

କେନ୍ୟୁଜ୍: ଏଣିକି ସିଧାସଳଖ ହିତାଧିକାରୀଙ୍କ ଜମାଖାତାରେ ମିଳିବ ପେନ୍‌ସନ ଅର୍ଥ। ନ୍ୟାସନାଲ ସୋସିଆଲ ଆସିଷ୍ଟାଣ୍ଟ ପ୍ରୋଗ୍ରାମ ଏନ୍‌ଏସ୍‌ଏପି ଓ ମଧୁବାବୁ ପେନସନ ଯୋଜନାରେ ପେନସନ ପାଉଥିବା ହିତାଧୀକାରୀଙ୍କୁ ଡିବିଟି ମାଧ୍ୟମରେ ପେନସନ ରାଶି ପ୍ରଦାନ କରାଯିବ। ଏନେଇ ରାଜ୍ୟ ସରକାର ସମସ୍ତ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି। ନଭେମ୍ବର ମାସରୁ ଏହା ସହରାଞ୍ଚଳରେ ଓ ଡିସେମ୍ବର ମାସରୁ ବ୍ଲକ କାର‌୍ୟ୍ୟାଳୟରେ ଏହି ବ୍ୟବସ୍ଥା ଲାଗି ହେବ। ନଭେମ୍ବର ମାସର ପେନସନ ରାଶି ନଭେମ୍ବର ୩୦ତାରିଖ ସୁଦ୍ଧା ହିତାଧିକାରୀଙ୍କ ଜମାଖାତାରେ ଜମା ହେବ। ତେବେ ଏହି ସୁବିଧା ଲାଭ ଉଠାଇବାକୁ ହିତାଧୀକାରୀମାନଙ୍କୁ ନିଜର ଆଧାର କାର୍ଡ ଓ ବ୍ୟାଙ୍କଖାତାରୁ ଲିଙ୍କ କରିବାକୁ ପଡ଼ିବ। ଏହା ସହ ବ୍ୟାଙ୍କ ଜମାଖାତା ଓ ଆଧାର କାର୍ଡର ଫଟୋ କପି ମଧ୍ୟ ପ୍ରମାଣସ୍ୱରୂପ ଦେଖାଇବାକୁ ପଡ଼ିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.