ପୁରୀ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲା ଏନଏସଜି

ପୁରୀ : ପୁରୀ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲା ନ୍ୟାସନାଲ ସିକ୍ୟୁରିଟି ଗାର୍ଡ ବା ଏନଏସଜି । ଏଥିପାଇଁ ୩ ଜଣିଆ ଟିମ୍‌ ପୁରୀରେ ପହଞ୍ଚିଛନ୍ତି । ପୁରୀ ଏସପି ଓ ଶ୍ରୀମନ୍ଦିର ସୁରକ୍ଷା ଅଧିକାରୀ ଚତୁଃପାର୍ଶ୍ୱ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି । ସୁରକ୍ଷା ବ୍ୟବସ୍ଥା କିଭଳି ଅଧିକ କଡ଼ାକଡ଼ି କରିବା ପାଇଁ  ଆଲୋଚନା କରିଛନ୍ତି ।

ନୂଆ କରି ନିର୍ମାଣ ହୋଇଥିବା ଶ୍ରୀମନ୍ଦିର ବାରିକେଡ, ସାମିଆନା ଓ ସିଂହଦ୍ୱାରରେ ଥିବା ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଥିଲେ । ଭକ୍ତଙ୍କ ପ୍ରବେଶ ଓ ପ୍ରସ୍ଥାନ ବ୍ୟବସ୍ଥା ବୁଲି ଦେଖିଥିଲେ । ଏହାସହ ବର୍ତ୍ତମାନର ସୁରକ୍ଷା କଟକଣା ସମ୍ପର୍କରେ ବୁଲି ଦେଖିଥିଲେ । ଶ୍ରୀମନ୍ଦିର ସବୁବେଳେ ଆତଙ୍କବାଦୀଙ୍କ ଟାର୍ଗେଟରେ ରହୁଥିବାରୁ ଯାଞ୍ଚ କରିଛି NSG ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.