ସରିଯାଇଛି ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ, ହେଲେ ଭେଟଘାଟ କାର୍ଯ୍ୟକ୍ରମରେ ଦୁଲୁକୁଛି ମଞ୍ଚ

ବରଗଡ଼(କେନ୍ୟୁଜ୍) : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ତାଳପଦର ସରସ୍ୱତୀ ଶିଶୁମନ୍ଦିର ପଡ଼ିଆରେ ଚାଲିଛି ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ । ହୁଳହୁଳି, ସାଂସ୍କୃତିକ କାର୍ଯ୍ୟକ୍ରମରେ ଉଠୁଛି ପଡୁଛି ମଞ୍ଚ । ପରବାସୀ କୁଟୁମ୍‌ ଏବଂ ଉତ୍ତାଳଗଡ଼ଡ ନାଟ୍ୟ ସଂସଦ ଦ୍ୱାରା ଆୟୋଜିତ ଉତ୍ସବରେ ଦେଖିବାକୁ ମିଳିଛି ପଶ୍ଚିମ ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟର ଝଲକ। ଏହି ଅବସରରେ ଯୋଗଦେଇଛନ୍ତି ଅନେକ କବି, କଳାକାର । ଏହାସହ ସମ୍ବଲପୁରୀ ଖାଦ୍ୟ, ବସ୍ତ୍ର ସହିତ ସମ୍ବଲପୁରୀ ସଂଗୀତର ତାଳେ ତାଳେ ଝୁମିଥିଲେ ସମସ୍ତେ ।

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇକୁ ନେଇ ଲୋକଙ୍କ ମନରେ ଯେତିକି ଉତ୍ସାହ ଉଦ୍ଧିପନା ଥାଏ, ତାଠାରୁ ଅଧିକ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମକୁ ନେଇ । ଗାଁଠୁ ସହର, ଭେଟଘାଟ କାର୍ଯ୍ୟକ୍ରମରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ସାମିଲ ହୁଅନ୍ତି । ଏହି ଅବସରରେ ପୁସ୍ତକମେଳା, ମାଁ ସମଲେଶ୍ୱରୀଙ୍କ ବାଲୁକା ଶିଳ୍ପ, ବିଭିନ୍ନ ହସ୍ତଶିଳ୍ପ ପ୍ରଦର୍ଶନୀ ଆଦିକୁ ମନଭରି ଉପଭୋଗ କରୁଛନ୍ତି ଦର୍ଶକ ।

ସରିଯାଇଛି ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ । ହେଲେ ଏବେ ଗାଁଠୁ ସହର ଉତ୍ସବ ମୁଖର ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମକୁ ନେଇ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.