ଗତ ବର୍ଷକ ମଧ୍ୟରେ ରାଜ୍ୟରେ ଡଲଫିନ୍‌ ସଂଖ୍ୟା ଦୁଇଗୁଣା ଅଧିକ, ୨୩୩ରୁ ପହଁଚିଛି ୫୪୪ ରେ

ଭୁବନେଶ୍ବର: ବର୍ଷକରେ ଡଲଫିନ୍‌ ସଂଖ୍ୟା ଦୁଇଗୁଣା ବଢ଼ିଛି । ଡଲଫିନ୍‌ଙ୍କ ପାଇଁ ଓଡ଼ିଶା ପାଣିପାଗ, ପରିବେଶ ବେଶ ସୁହାଇଛି । ଗତ ବର୍ଷକ ମଧ୍ୟରେ ରାଜ୍ୟରେ ଡଲଫିନ୍‌ ସଂଖ୍ୟା ୨ ଗୁଣରୁ ଅଧିକ ହୋଇଛି । ଏପରିକି ‘ହମ୍ପବ୍ୟାକ୍‌’ ଓ ବଟଲନୋଜ୍‌ ପ୍ରଜାତିର ଡଲଫିନଙ୍କ ସଂଖ୍ୟା ଆଶାତୀତ ବୃଦ୍ଧି ପାଇଛି । ୨୦୨୦ ଗଣନାରେ ରାଜ୍ୟରେ ମୋଟ ୨୩୩ଟି ଡଲଫିନ ରହିଥିଲେ । ୨୦୨୧ରେ ଏହି ସଂଖ୍ୟା ୫୪୪ରେ ପହଁଚିଛି ।

ଚିଲିକା, ରାଜନଗର, ପୁରୀ, ଭଦ୍ରକ ଓ ବାଲେଶ୍ୱରରେ ୩ ପ୍ରଜାତିର ଡଲଫିନ୍‌ ଚିହ୍ନଟ କରାଯାଇଛି । ଚିଲିକା ହ୍ରଦରେ ୧୮୮, ରାଜନଗର ବନଖଣ୍ଡରେ ୩୪୨, ପୁରୀ ବନଖଣ୍ଡରେ ୪, ଭଦ୍ରକ ବନଖଣ୍ଡରେ ୮ ଓ ବାଲେଶ୍ୱର ବନଖଣ୍ଡରେ ୨ଟି ଡଲଫିନ୍‌ ଅଛନ୍ତି । ବ୍ରହ୍ମପୁର ବନଖଣ୍ଡରେ କୌଣସି ଡଲଫିନଙ୍କ ସନ୍ଧାନ ମିଳିନାହିଁ । ୨୦୨୦ରେ ମାତ୍ର ୨ଟି ହମ୍ପବ୍ୟାକ୍‌ ଡଲଫିନ୍‌ ଇଥିବା ବେଳେ ଚଳିତବର୍ଷ ୨୮୧ଟି ହମ୍ପବ୍ୟାକ୍‌ ଚିହ୍ନଟ ହୋଇଛନ୍ତି । ଚଳିତବର୍ଷ ଇରାଓ୍ଵାଡି ଡଲଫିନ ସଂଖ୍ୟାରେ ମାତ୍ର ଗୋଟିଏ ଅଧିକ ରହିଛି । ଗତବର୍ଷ ରାଜ୍ୟରେ ୨୦୮ ଇରାଓ୍ଵାଡି ଡଲଫିନ୍‌ ଥିବା ବେଳେଚଳିତବର୍ଷ ୨୦୯ଟି ଚିହ୍ନଟ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.