ଏଣିକି ଟ୍ରେନରେ ଓଡ଼ିଶା ଆସିଲେ RTPCR ଟେଷ୍ଟ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ, ଆଜିଠୁ ନିୟମ କାର୍ଯ୍ୟକାରୀ

ଭୁବନେଶ୍ବର: ଏଣିକି ଟ୍ରେନରେ ଓଡ଼ିଶା ଆସିଲେ RTPCR ଟେଷ୍ଟ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ । ଟିକା ନେଇଥିବା ପ୍ରମାଣପତ୍ର ଦାଖଲ କରିବା ବାଧ୍ୟତାମୂଳକ । ଦେଶର ଯେକୌଣସି ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳରୁ ଓଡ଼ିଶାକୁ ଆସୁଥିବା ଯାତ୍ରୀଙ୍କ ପାଇଁ ଏହି ନିୟମ ଲାଗୁ ହୋଇଛି । ଆଜିଠୁ ଏହି ନିୟମ କାର୍ଯ୍ୟକାରୀ ହେବ । ପୂର୍ବତଟ ରେଳପଥ ଏକ ପ୍ରେସ ବିଜ୍ଞପ୍ତି ଜାରି କରିଛି । ଯାତ୍ରା ଆରମ୍ଭ କରିବାର ୭୨ ଘଣ୍ଟା ମଧ୍ୟରେ RTPCR ଟେଷ୍ଟ କରାଇଥିବା ଜରୁରୀ ।

ଆଜିଠୁ ରାଜ୍ୟର ପ୍ରତ୍ୟେକ ରେଳ ଷ୍ଟେସନରେ ଅନ୍ୟ ରାଜ୍ୟରୁ ଆସୁଥିବା ରେଳ ଯାତ୍ରୀଙ୍କୁ ଯାଞ୍ଚ କରାଯିବ । ଏଥିପାଇଁ ରେଳବାଇ ଅଧିକ କର୍ମଚାରୀ ନିୟୋଜିତ କରିଛି । ରାଜ୍ୟର ସୀମାବର୍ତ୍ତୀ ଜିଲ୍ଲା ଗୁଡିକରେ କୋଭିଡ ସଂକ୍ରମଣ ବଢ଼ୁଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.