Below header

ସୁଧୁରୁଛି କଣ୍ଠଶିଳ୍ପୀ ଶାନ୍ତିଲତା ବାରିକଙ୍କ ସ୍ବାସ୍ଥ୍ୟାବସ୍ଥା, ପରିବାର ପକ୍ଷରୁ ସୂଚନା

ସୁଧୁରୁଛି କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟଙ୍କ ସ୍ବାସ୍ଥ୍ୟାବସ୍ଥା। ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଛନ୍ତି ଶାନ୍ତିଲତା। ଶାନ୍ତିଲତାଙ୍କ ଆଶୁ ଆରୋଗ୍ୟ କାମନା କରି ପ୍ରାର୍ଥନା କରିବାକୁ ପରିବାର ପକ୍ଷରୁ ନିବଦେନ କରାଯାଇଛି ।

ଭୁବନେଶ୍ୱର (କେନ୍ୟୁଜ): ସୁଧୁରୁଛି କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟଙ୍କ ସ୍ବାସ୍ଥ୍ୟାବସ୍ଥା । ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଛନ୍ତି ଶାନ୍ତିଲତା । ବର୍ତ୍ତମାନ ସେ ଭେଣ୍ଟିଲେଟରରେ ଅଛନ୍ତି । ଓଡ଼ିଆ ଭକ୍ତି ସଙ୍ଗୀତ ଜଗତର ଏକ ପରିଚିତ ନାମ ଶାନ୍ତିଲତା । ନିଜ କଣ୍ଠର ଯାଦୁଗରୀରେ ଅପୂର୍ବ ଭକ୍ତି ଭାବନା ଯୋଡି ଶାନ୍ତିଲତା ଯେଉଁ ସଙ୍ଗୀତ ପରିବେଷଣ କରନ୍ତି, ତାହା ଶ୍ରୋତାଙ୍କ ମନରେ ଭକ୍ତି, ସମର୍ପଣ ଭାବନା ଭରିଦିଏ ।

କଳା କଳେବର କହ୍ନେଇ, ହେ ଚକାନୟନ, ମୁଁ ଯେ ଦେଉଳ ବେଢା ଦୀପ ଭଳି ଭଜନ ଗାଇ ଘରେ ଘରେ ପରିଚିତ ହୋଇଛନ୍ତି ଶାନ୍ତିଲତା ବାରିକ୍ । ଶାନ୍ତିଲତାଙ୍କ ଆଶୁ ଆରୋଗ୍ୟ କାମନା କରି ପ୍ରାର୍ଥନା କରିବାକୁ ପରିବାର ପକ୍ଷରୁ ନିବଦେନ କରାଯାଇଛି । ତାଙ୍କ ନାଁରେ ମିଥ୍ୟା ଖବର ପରିବେଷଣରୁ ବିରତ ରହିବା ପାଇଁ ପରିବାର ଲୋକେ ଅନୁରୋଧ କରିଛନ୍ତି । ଏହା କରିବା ଦ୍ବାରା ଏଥିରେ ତାଙ୍କ ପ୍ରଶଂସକଙ୍କୁ ଗଭୀର ମର୍ମାହତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.