ଭୁଶୁଡି ପଡିଲା ୩ ମହଲା ଘର: ୩ ମୃତ, ଅନେକ ଦବିଥିବା ଆଶଙ୍କା

ଦିଲ୍ଲୀର ଗାଜିଆବାଦର ଲୋନୀ କଲୋନୀରେ ବଡ ଦୁର୍ଘଟଣା । ୩ ମହଲା ଘର ଭୁଶୁଡି ପଡିବାର ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣଙ୍କୁ ଉଦ୍ଧାର କରାଯାଇଛି । ମାଟି ତଳେ ଅନେକ ଦବିଥିବା ଆଶଙ୍କା କରାଯାଉଛି ।

ଦିଲ୍ଲୀ ଗାଜିଆବାଦ ଅଞ୍ଚଳରେ ଗଳିପଡିଲା ୩ ମହଲା ବିଲିଡିଂ । ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣଙ୍କୁ ଉଦ୍ଧାର କରାଯାଇଛି । ମାଟିତଳେ ଅନେକ ଫସିଥିବା ଆଶଙ୍କା କରାଯାଉଛି । ଘଟଣା ସ୍ଥଳରେ ପୋଲିସ ଏବଂ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ଭିଡ ରହିଛି । ତେବେ ଏଭଳି ଦୁର୍ଘଟଣା କେମିତି ଘଟିଲା, ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ ।

ଏହା ପୂର୍ବରୁ ଶୁକ୍ରବାର ଦିନ ଲୋନୀର ଅଙ୍କୁର ବିହାରରେ ଏକ ଆବାସୀୟ ଆପାର୍ଟମେଣ୍ଟର ଭୂତଳ ପାର୍କିଂରେ ନିଆଁ ଲାଗିଯାଇଥିଲା । ନିଆଁ ପ୍ରଥମ ମହଲାକୁ ବ୍ୟାପି ଯାଇଥିଲା । ଏହି ଘଟଣାରେ ୪୮ ବର୍ଷୀୟ ମହିଳଶଙ୍କ ମୃତ୍ୟୁ ହୋଇଥିଲା । ଅଗ୍ନିଶମ କର୍ମଚାରୀ ମହିଳା ଏବଂ ତାଙ୍କ ସ୍ୱାମୀଙ୍କୁ ବେହୋସ ଅବସ୍ଥାରେ ଉଦ୍ଧାର କରିଥିଲେ । ନିଆଁ ଯୋଗୁଁ ଧୂଆଁ ହେବାରୁ ମହିଳା ଅଣନିଶ୍ୱାସୀ ହୋଇ ମୃତ୍ୟୁ ଘଟିଥିଲା । ଏହି ଘଟଣାରେ ୧୨ଟି ବାଇକ ଏବଂ ୪ ଟି କାର ଜଳି ଛାରଖାର ହୋଇଯାଇଥିଲା । ଘଟଣାରେ ୫୮ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଥିଲା ।

ବିହାରର ନାଳନ୍ଦା ଜିଲ୍ଲା ମନପୁର ଥାନା ଅନ୍ତରଗତ ହରଗଓ୍ଵାନ ଗ୍ରାମର ଏକ ଘରର ଛାତ ଭୁଶୁଡି ୨ ମହିଳାଙ୍କ ମୃତ୍ୟୁ ଘଟିଛି । ପରିବାରର ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ନାଳନ୍ଦା ରେ ପ୍ରାୟ ୨୪ ଘଣ୍ଟା ହେବ ବର୍ଷା ହେଉଥିବା ଘରର ଛାତ ଭୁଶୁଡି ବର୍ଷା ଏହି ଦୁର୍ଘଟଣା ଘଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.