ବଢୁଛି ହୀରାକୁଦ ଜଳସ୍ତର, ମୋଟ୍‌ ୨୪ଟି ଗେଟ୍‌ ଦେଇ ହେଉଛି ଜଳ ନିଷ୍କାସନ

ବଢିଛି ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର । ଆଜି ପୁଣି ୨ଟି ଗେଟ ଖୋଲିଲା ହୀରାକୁଦ ଡ୍ୟାମ । ୨୪ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ।

ସମ୍ବଲପୁର (କେନ୍ୟୁଜ): ବଢୁଛି ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର । ଆଜି ପୁଣି ୨ଟି ଗେଟ ଖୋଲିଲା ହୀରାକୁଦ ଡ୍ୟାମ । ମୋଟ୍‌ ୨୪ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ। ଗତକାଲି ୨୨ଟି ଗେଟ୍ ଦେଇ ନିଷ୍କାସିତ ହେଉଥିଲା ବନ୍ୟାଜଳ। ଛତିଶଗଡ଼ ଉପରମୁଣ୍ଡରେ ବର୍ଷା ଲାଗିରହିଥିବାରୁ ହୀରାକୁଦ ଜଳଭଣ୍ଡାରକୁ ପୁଣି ବଢିଛି ବନ୍ୟାଜଳ ପ୍ରବେଶର ପରିମାଣ।

ସୂଚନା ଅନୁସାରେ ଲଘୁଚାପ ଯୋଗୁଁ କିଛିଦିନ ହେବ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ଉପର ମୁଣ୍ଡରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଛି । ତେବେ ନଦୀରେ ପାଣିର ପରିମାଣ ଅଧିକ ହେବାରୁ ହୀରାକୁଦ ଡ୍ୟାମର ଗେଟ୍ ଗୋଟିଏ ପରେ ଗୋଟିଏ ଖୋଲିବାକୁ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.