ମହିଳାଙ୍କ ଭାଗ୍ୟ ଫିଟିଲା…, ମାତ୍ର ୩୦୦ ଟଙ୍କାରେ କିଣିଥିଲେ ପେଣ୍ଟିଂ; ନିଲାମ୍‌ ହେଲା ୧.୫ କୋଟିରେ

ମହିଳାଙ୍କ ଭାଗ୍ୟ ଫିଟିଲା। ମାତ୍ର ୩୦୦ ଟଙ୍କାରେ କିଣିଥିବା ପେଣ୍ଟିଂ ୧.୫ କୋଟିରେ ନିଲାମ୍‌ ହୋଇଛି। ମହିଳା ଜଣକ ଏକ ପୁରୁଣା ସାମଗ୍ରୀ ବିକ୍ରୟ ଷ୍ଟୋର୍‌ରୁ ଏହି ପେଣ୍ଟିଂକୁ ମାତ୍ର ୩୦୦ ଟଙ୍କାରେ କିଣିଥିଲେ।

ମହିଳାଙ୍କ ଭାଗ୍ୟ ଫିଟିଲା। ମାତ୍ର ୩୦୦ ଟଙ୍କାରେ କିଣିଥିବା ପେଣ୍ଟିଂ ୧.୫ କୋଟିରେ ନିଲାମ୍‌ ହୋଇଛି। ମହିଳା ଜଣକ ଏକ ପୁରୁଣା ସାମଗ୍ରୀ ବିକ୍ରୟ ଷ୍ଟୋର୍‌ରୁ ଏହି ପେଣ୍ଟିଂକୁ ମାତ୍ର ୩୦୦ ଟଙ୍କାରେ କିଣିଥିଲେ। କିଛି ଦିନ ଏହାକୁ ଘରେ ରଖିବା ପରେ ଷ୍ଟୋର୍‌ ରୁମ୍‌କୁ ନେଇଯାଇଥିଲେ।

ଦିନେ ମହିଳା ଷ୍ଟୋର୍‌ ରୁମ୍‌ରେ ରଖିଥିବା ଏହି ପେଣ୍ଟିଂର ଫଟୋ ଉଠାଇ ତାହାକୁ ସୋସିଆଲ ମିଡିଆରେ ଅପ୍‌ଲୋଡ କରିଥିଲେ। କିନ୍ତୁ ପରେ ସେ ଜାଣିବାକୁ ପାଇଥିଲେ ଯେ ସାଧାରଣ ପରି ଦେଖାଯାଉଥିବା ଏହି ପେଣ୍ଟିଂ ବହୁତ ସ୍ୱତନ୍ତ୍ର। ଶେଷରେ ଏହି ପେଣ୍ଟିଂ ବଦଳରେ ମହିଳାଙ୍କୁ ଦେଢ଼ କୋଟିରୁ ଅଧିକ ଟଙ୍କା ମିଳିଥିଲା।

ଘଟଣା ଇଂଲଣ୍ଡର ନ୍ୟୁ ହାମ୍ପ୍‌ଶାୟରର। ଏଠାରେ ଜଣେ ମହିଳା ୨୦୧୭ରେ ମ୍ୟାନ୍‌ଚେଷ୍ଟରର ଏକ ଦୋକାନରୁ ପେଣ୍ଟିଂଟିକୁ ମାତ୍ର ୪ ଡଲାରରେ କିଣିଥିଲେ, ଯାହାର ମୂଲ୍ୟ ଆଜିର ଦିନରେ ୩୩୨ ଟଙ୍କା। ମହିଳା କହିଛନ୍ତି ଯେ ମୁଁ ଏହି ପେଣ୍ଟିଂକୁ ସାଧାରଣ ବୋଲି ଭାବିଥିଲି। ପରେ ଜାଣିବାକୁ ପାଇଲି ଯେ ପେଣ୍ଟିଂଟି ପ୍ରସିଦ୍ଧ ଆମେରିକୀୟ ଚିତ୍ରଶିଳ୍ପୀ ଏନ୍‌.ସି. େଓ୍ଵଥ୍‌ଙ୍କର, ଯାହା ଅନେକ ଦିନ ପୂର୍ବରୁ ହଜିଯାଇଥିଲା।

ରିପୋର୍ଟ ମୁତାବକ, ‘ରମୋନା’ ନାମକ ପେଣ୍ଟିଂ ହେଲେନ ହଣ୍ଟ୍‌ ଜ୍ୟାକ୍ସନଙ୍କ ୧୮୮୪ରେ ଆସିଥିବା ଉପନ୍ୟାସ ‘ରମୋନା’ର ୧୯୩୯ତମ ସଂସ୍କରଣ ପାଇଁ ତିଆରି କରାଯାଇଥିବା ୪ ପେଣ୍ଟିଂ ମଧ୍ୟରୁ ଅନ୍ୟତମ। ଏଥିରେ ଜଣେ ସ୍ୱଳ୍ପ ବୟସ୍କା ଯୁବତୀ ଦେଖାଯାଉଛନ୍ତି, ଯିଏ ଜଣେ ବୃଦ୍ଧା ମହିଳାଙ୍କ ସହ କଥା ହେଉଛନ୍ତି।

ବୋନ୍‌ହମ୍ସ ନିଲାମୀ ଘର ଏହି ପେଣ୍ଟିଂ ବିଷୟରେ ଇନ୍‌ଷ୍ଟାଗ୍ରାମରେ ସୂଚନା ସେୟାର କରିଥିଲା। ଏଥିରେ ଲେଖାଯାଇଥିଲା, ଦୀର୍ଘ ଦିନରୁ ହଜିଯାଇଥିବା ଏନ୍‌.ସି. େଓ୍ଵଥ୍‌ଙ୍କର ପେଣ୍ଟିଂ, ଯାହା ସେପ୍ଟେମ୍ବର ୧୯ରେ ବୋନହମ୍ସ ସ୍କିନରରେ ନିଲାମୀ ପାଇଁ ଆସୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.