ନିଜ ୪୦ ଦିନର ପିଲାକୁ ୧୪ ମହଲାରୁ ଫୋପାଡି ମାରିଦେଲା ମା’

୯ ମାସ ଧରି ଗର୍ଭରେ ରଖି ଜନ୍ମ ଦେଇଥିଲା, ସେ କିନ୍ତୁ ୨ ମାସ ବି ସମ୍ଭାଳି ପାରିଲାନି। ନିଜର ୪୦ ଦିନର ପିଲାକୁ ୧୪ ମହଲାରୁ ଫୋପାଡି ମାରିଲୋ ମା’ । ମୁମ୍ବାଇରେ ଏଭଳି ଘଟଣା ଘଟିଛି ।

ମା’ ସାଜିଲା ରାକ୍ଷସୀ । ଜନ୍ମ ଦେଇଥିବା ମା’ ନିଜ ପିଲାର ଜୀବନ ନେଇଯାଇଛି । ୪୦ ଦିନର ପିଲାକୁ ୧୪ ମହଲାରୁ ଫୋପାଡି ଦେଇ ମାରିଛି ମା’ । ମୁମ୍ବାଇରେ ଏଭଳି ଘଟଣା ଘଟିଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଖବର ମୁତାବକ, ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଭିନ୍ନକ୍ଷମ ମହିଳା ଜଣକ ନିଜର ୪୦ ଦିନର ଶିଶୁ କନ୍ୟାକୁ ୧୪ ମହଲାରୁ ଫୋପାଡି ହତ୍ୟା କରିଛି । ଫୋପାଡିବା ପିଲାକୁ ତୁରନ୍ତ ହସପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଘଟଣା ବିଷୟରେ ପୋଲିସ ଜାଣିବା ପରେ ମହିଳାଙ୍କ ନାମରେ କେସ୍‌ ଦାଏର କରିଛି । ଏପର୍ଯ୍ୟନ୍ତ ମହିଳାଙ୍କୁ ଗିରଫ କରାଯାଇନାହିଁ ।

ମହିଳା ଜଣକ ଦିବ୍ୟାଙ୍ଗ ରହିଥିବା ବେଳେ କହିବା ଏବଂ ଶୁଣିବାକୁ ଅକ୍ଷମ । ତେବେ ଘଟଣା କାହିଁକି ଘଟିଲା, ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ । ତେବେ ପାରିବାରିକ କଳହ ଯୋଗୁଁ ଏମିତି ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି । ତେବେ ଏହି ମାମଲାରେ ସଠିକ୍‌ ଭାବେ ପଚରାଉଚରା କରିପାରିନାହିଁ । ଗତ ବର୍ଷ ଜୁଲାଇରେ ମହିଳାଙ୍କର ଏକ ଶିଶୁ ପୁତ୍ର ଜନ୍ମ ହୋଇଥିଲା । ଆଉ ଶିଶୁଟି ଖାଇବା ସମୟରେ ଅଣନିଶ୍ୱାସୀ ହୋଇ ମୃତ୍ୟୁବରଣ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.