ଭୟଙ୍କର ହୋଇଥାଏ ରିଲେସନସିପ୍‌ ଡିପ୍ରେସନ୍‌, ଦୁଇଟି ଜୀବନକୁ ନଷ୍ଟ କରେ

ରିଲେସନସିପ୍‌ ଡିପ୍ରେସନରେ ଜଣେ ବ୍ୟକ୍ତି ସର୍ବଦା ଦୁଃଖ ଅନୁଭବ କରେ । ସବୁବେଳେ ନିଜକୁ ଦୋଷୀ ଭାବେ । ସବୁବେଳେ ରାଗରେ ରହିବା ସହ ବିରକ୍ତ ହୋଇଥାଏ । ଆତ୍ମବିଶ୍ୱାସ ହରାଇବାକୁ ଲାଗେ । ସବୁବେଳେ ଥକ୍କା ଅନୁଭବ କରେ ।

ପ୍ରତ୍ୟେକ ପାର୍ଟନର ଚାହାନ୍ତି ତାଙ୍କ ରିଲେସନସିପ୍‌ ଭଲ ହେଉ । କିନ୍ତୁ ଅନେକ ସମୟରେ ରିଲେସନସିପ୍‌ ଖରାପ ହେବାରେ ଲାଗେ । ତେବେ ମେଡିକାଲ୍ ହେଲ୍ଥ ଟୁଡେ ଅନୁଯାୟୀ ରିଲେସନସିପ୍‌ ଡିପ୍ରେସନର ଲକ୍ଷଣ ହେଉଛି ଏକ ପ୍ରକାର ମୁଡ୍ ଡିସଅର୍ଡର । ଯେଉଁଥିରେ ମଣିଷ ସବୁବେଳେ ନେଗେଟିଭ୍‌ ଇମୋସନରେ ଘେରି ରହିଥାଏ । ଯେତେବେଳେ ମଣିଷ ଡିପ୍ରେସନରେ ରହିଥାଏ, ସେତେବେଳେ ତାର ଶାରିରୀକ ଏବଂ ମାନସିକ ସ୍ୱାସ୍ଥ୍ୟରେ ଅନେକ ପରିବର୍ତ୍ତନ ଦେଖାଯାଏ ଏବଂ ସେ ନିଜ ସହ ସଂଘର୍ଷ କରିବା ଆରମ୍ଭ କରେ ।

ରିଲେସନସିପ୍‌ ଡିପ୍ରେସନରେ ଜଣେ ବ୍ୟକ୍ତି ସର୍ବଦା ଦୁଃଖ ଅନୁଭବ କରେ । ସବୁବେଳେ ନିଜକୁ ଦୋଷୀ ଭାବେ । ସବୁବେଳେ ରାଗରେ ରହିବା ସହ ବିରକ୍ତ ହୋଇଥାଏ । ଆତ୍ମବିଶ୍ୱାସ ହରାଇବାକୁ ଲାଗେ । ସବୁବେଳେ ଥକ୍କା ଅନୁଭବ କରେ । ସେହିପରି କୌଣସି ପ୍ରକାର ନିଷ୍ପତ୍ତି ନେବା କଷ୍ଟକର ହୁଏ । ଧୀରେ ଧୀରେ ନିଜର ସମସ୍ତ ଅଭ୍ୟାସ ଉପରୁ ଆଗ୍ରହ ହରାଇବାକୁ ଲାଗେ ଏବଂ ଜୀବନ ହାରିବା ଭଳି ଚିନ୍ତା ମନରେ ଆସେ ।
ଏହି ସବୁର କାରଣ ହେଉଛି ରିଲେସନସିପରେ ଥାଇ ମଧ୍ୟ ପରସ୍ପରକୁ ଭଲ ନପାଇବା, ପରସ୍ପରର ଯତ୍ନ ନ ନେବା, ପାର୍ଟନର ଠାରୁ ଦୂରେଇ ରହିବା, ପରସ୍ପର ଉପରେ ବିଶ୍ୱାସ ନକରିବା , ରିଲେସନସିପରେ ରେ ଥାଇ ମଧ୍ୟ ଏକା ଅନୁଭବ କରିବା, ସବୁବେଳେ ବିରକ୍ତି ହେବା । ଏହି ସବୁ ସମସ୍ୟା ହେବାର ମୁଖ୍ୟ କାରଣ ହେଉଛି ପରସ୍ପର ମଧ୍ୟରେ ଖୋଲାଖୋଲି କଥା ନହେବା କିମ୍ବା କମ୍ୟୁନିକେସନ ଗ୍ୟାପ୍‌ ମଧ୍ୟ ହୋଇପାରେ ।

ଯଦି ଆପଣଙ୍କ ପାର୍ଟନର ପାଖରେ ଏପରି ଲକ୍ଷଣ ଦେଖାଯାଉଛି ତେବେ ଆପଣ କିଛି ଜିନିଷ ପ୍ରତି ଧ୍ୟାନ ଦେବା ଜରୁରୀ । ଆପଣ ନିଜ ପାର୍ଟନରର ନିକଟତର ହେବାକୁ ଚେଷ୍ଟା କରନ୍ତୁ, ତାଙ୍କ ପାଇଁ ସମୟ ବାହାର କରନ୍ତୁ ଏବଂ ଅଧିକ କ୍ୱାଲିଟି ଟାଇମ ବାହାର କରନ୍ତୁ । ତାଙ୍କୁ ସମୟ ଦେବା ସହ ବାହାରକୁ ବୁଲିବାକୁ ଯାଆନ୍ତୁ । ତାଙ୍କୁ ଅନୁଭବ କରାଇବାକୁ ଚେଷ୍ଟା କରନ୍ତୁ ଯେପରି ଆପଣ ତାଙ୍କ ସହ ସବୁବେଳେ ଅଛନ୍ତି ।

ଲୋକଙ୍କର ଏକ ଭୁଲ ଧାରଣା ରହିଛି ଯେ ଡିପ୍ରେସନରେ ଲୋକମାନେ କେବଳ ଦୁଃଖୀ ରୁହନ୍ତି କିମ୍ବା କାନ୍ଦନ୍ତି । କିନ୍ତୁ ଆମେ ଆପଣଙ୍କୁ କହି ରଖିବାକୁ ଚାହିଁବୁ ଯେ ସବୁବେଳେ ବିରକ୍ତ ଲାଗିବା ମଧ୍ୟ ଡିପ୍ରେସନର ଲକ୍ଷଣ । ଏଥିପାଇଁ ଆପଣ ନିଜ ପାର୍ଟନର ଏହି ଅଭ୍ୟାସକୁ ଗମ୍ଭୀରତାର ସହ ନିଅନ୍ତୁ । ଡିପ୍ରେସନରେ ଜଣେ ବ୍ୟକ୍ତି ନିଜକୁ ସଙ୍କୋଚ କରିବାକୁ ଲାଗେ । ଏବଂ ନିଜ କଥା ସେ ନିଜ ପାର୍ଟନରକୁ କହିବାରେ ସମସ୍ୟା ଆସେ । ଫେସ ଟୁ ଫେସ କଥା କହିବାରେ ମଧ୍ୟ ଅସୁବିଧା ହୁଏ । ଏଥିପାଇଁ ଆପଣ ନିଜ ପାର୍ଟନରକୁ ଇମେଲ, ମେସେଜ ଏବଂ ଚିଠି ଲେଖି ମଧ୍ୟ କଥା ସେୟାର କରିପାରିବେ । ଯଦି ଆପଣଙ୍କ ପାର୍ଟନର ଏଭଳି କିଛି କରିବାକୁ ଚାହୁଁଛନ୍ତି ତେବେ ତାଙ୍କ କଥାକୁ ଗମ୍ଭୀରତାର ସହ ନିଅନ୍ତୁ ଏବଂ ଧୈର୍ଯ୍ୟର ସହ ପାର୍ଟନରର ସମସ୍ତ କଥା ଶୁଣିବା ସହ ବୁଝିବାକୁ ଚେଷ୍ଟା କରନ୍ତୁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.