ପରିବାର ଉପରେ ହଠାତ୍‌ ଅଜାଡି ହୋଇପଡିଲା ମୃତ୍ୟୁ, ଘରର ଛାତ ଭୁଶୁଡି ୨ମୃତ, ୩ ଆହତ

ବିହାର ନାଳନ୍ଦା ଜିଲ୍ଲା ମନପୁର ଥାନା ଅନ୍ତର୍ଗତ ହରଗଓ୍ଵାନ ଗ୍ରାମର ଏକ ଘରର ଛାତ ଭୁଶୁଡି ୨ ମହିଳାଙ୍କ ମୃତ୍ୟୁ ଘଟିଛି । ପରିବାରର ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି

ବିହାର ନାଳନ୍ଦା ଜିଲ୍ଲା ମନପୁର ଥାନା ଅନ୍ତର୍ଗତ ହରଗଓ୍ଵାନ ଗ୍ରାମର ଏକ ଘରର ଛାତ ଭୁଶୁଡି ୨ ମହିଳାଙ୍କ ମୃତ୍ୟୁ ଘଟିଛି । ପରିବାରର ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ସୂଚନା ମୁତାବକ, ନାଳନ୍ଦାରେ ପ୍ରାୟ ୨୪ ଘଣ୍ଟା ହେବ ବର୍ଷା ହେଉଥିବା ସମୟରେ ଏକ ଘରର ଛାତ ଭୁଶୁଡି ଏହି ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରରେ ୨ ଜଣଙ୍କ ମୃତ୍ୟୁ ହେବା ସହ ୩ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି ।

ଏହି ପୁରା ମାମଲା ମନପୁର ଥାନା ଅନ୍ତର୍ଗତ ହରଗଓ୍ଵାନ ଗ୍ରାମରେ ବସବାସ କରୁଥିବା ବାଲେଶ୍ୱର ପାସଓ୍ଵାନଙ୍କ ଘର ଛାତ ଭୁଶୁଡିବା ଫଳରେ ଘଟିଛି । ଦୁର୍ଘଟଣାରେ ବାଲେଶ୍ୱର ପାସଓ୍ଵାନଙ୍କ ୬୩ ବର୍ଷୀୟ ସ୍ତ୍ରୀ ଶ୍ୟାମ ସୁନ୍ଦରୀ ଦେବୀ ଏବଂ ପଡୋଶୀ ରାଜନ ପାସଓ୍ଵାନଙ୍କ ୨୬ ବର୍ଷୀୟ ସ୍ତ୍ରୀ ରଞ୍ଜୁ ଦେବୀଙ୍କର ମୃତ୍ୟୁ ଘଟିଛି । ତେବେ ସେହି ଦୁର୍ଘଟଣାରେ ଶ୍ୟାମ ସୁନ୍ଦରୀ ଦେବୀଙ୍କ ବୋହୂ ଆଶା ଦେବୀ, ନାତି ଅଙ୍କୁଶ କୁମାର ଏବଂ ନାତୁଣୀ ନିକିତା କୁମାରି ଗୁରୁତର ଆହତ ହୋଇଛନ୍ତି ।

ଏହି ଘଟଣା ବିଷୟରେ ଘରର ଆଖପାଖ ଲୋକଙ୍କ କହିବା ଅନୁସାରେ, ପଡୋଶୀ ରଞ୍ଜୁ ଦେବୀଙ୍କ ସହ ଶ୍ୟାମ ସୁନ୍ଦରୀ ଦେବୀ ବର୍ଷା ସମୟରେ ଛୋଟ ପିଲାଙ୍କୁ ନେଇ ଘରର କବାଟ ପାଖରେ ବସିଥିଲେ । ସେହି ସମୟରେ ହଠାତ୍‌ ଘରର ଛାତ ତାଙ୍କ ଉପରେ ପଡିଥିଲା । ତେବେ ତାଙ୍କର ଚିତ୍କାର ଶୁଣି ନିକଟସ୍ଥ ଲୋକମାନେ ଏକତ୍ରିତ ହୋଇ ସେମାନଙ୍କୁ ଉଦ୍ଧାର କରିଥିଲେ । ଏହା ପରେ ଗ୍ରାମ ଲୋକ ଏବଂ ପରିବାରର ସଦସ୍ୟ ଆହତଙ୍କୁ ତୁରନ୍ତ ପାଓ୍ଵାପୁରୀ ଭୀସ୍ମ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ହେଲେ ରଞ୍ଜୁ ଦେବୀ ଏବଂ ଶ୍ୟାମ ସୁନ୍ଦରୀ ଦେବୀଙ୍କୁ ଡାକ୍ତର ମୃତ୍ୟୁ ଘୋଷିତ କରିଥିଲେ ।

ଖବର ମିଳିବା ମାତ୍ରେ ମନପୁର ଥାନା ଅଧିକାରୀ ମୁକେଶ କୁମାର ହସ୍ପିଟାଲରେ ପହଞ୍ଚି ଥିଲେ । ଘରର ଛାତ ଭୁଶୁଡିବା ଫଳରେ ଏହିପରି ଦୁର୍ଘଟଣା ଘଟିଛି ସୂଚନା ଦେଇଥିଲେ। ଏହା ପରେ ପରିବାର ଲୋକଙ୍କ କହିବା ଅନୁସାରେ ଘରଟି ୨ ବର୍ଷ ହେବ ତିଆରି ହୋଇଥିଲା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.