Below header

ଖଲିସ୍ତାନୀ ଆତଙ୍କୀ ପନ୍ନୁଙ୍କ ଉପରେ କାର୍ଯ୍ୟାନୁଷ୍ଠାନ; ଅମୃତସର ଓ ଚଣ୍ଡୀଗଡ଼ରେ ଥିବା ସମ୍ପତ୍ତି ଜବତ କଲା NIA

ଖଲିସ୍ତାନୀ ଆତଙ୍କୀ ତଥା ପ୍ରତିବନ୍ଧିତ ଶିଖ ଫର୍‌ ଜଷ୍ଟିସ୍‌ (SFJ)ର ନେତା ଗୁରପତ୍‌ବନ୍ତ ସିଂ ପନ୍ନୁଙ୍କ ସମ୍ପତ୍ତି ଜବତ କରିଛି ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି (NIA)। ପଞ୍ଜାବର ଅମୃତସର ଏବଂ ଚଣ୍ଡୀଗଡ଼ରେ ଥିବା ପନ୍ନୁଙ୍କ ସମ୍ପତ୍ତିକୁ NIA ଜବତ କରିଛି।

ଖଲିସ୍ତାନୀ ଆତଙ୍କୀ ତଥା ପ୍ରତିବନ୍ଧିତ ଶିଖ ଫର୍‌ ଜଷ୍ଟିସ୍‌ (SFJ)ର ନେତା ଗୁରପତ୍‌ବନ୍ତ ସିଂ ପନ୍ନୁଙ୍କ ସମ୍ପତ୍ତି ଜବତ କରିଛି ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି (NIA)। ପଞ୍ଜାବର ଅମୃତସର ଏବଂ ଚଣ୍ଡୀଗଡ଼ରେ ଥିବା ପନ୍ନୁଙ୍କ ସମ୍ପତ୍ତିକୁ NIA ଜବତ କରିଛି। ପନ୍ନୁ ବର୍ତ୍ତମାନ ଆମେରିକାରେ ରହୁଛନ୍ତି ଏବଂ ସେଠାରୁ କ୍ରମାଗତ ଭାବେ ଭାରତ ବିରୋଧରେ ଭିଡିଓ ଜାରି କରୁଛନ୍ତି।

NIA ପଞ୍ଜାବରେ ପନ୍ନୁଙ୍କର ଯେଉଁ ସମ୍ପତ୍ତି ଜବତ କରିଛି, ତାହା ହେଉଛି, ଅମୃତସର ଜିଲ୍ଲା ଉପକଣ୍ଠରେ ଥିବା ପୈତୃକ ଗାଁ ଖାନକୋଟ୍‌ରେ ୪୬ କାନାଲ୍‌ କୃଷି ସମ୍ପତ୍ତି ଏବଂ ଚଣ୍ଡୀଗଡ଼ର ସେକ୍ଟର-୧୫ସ୍ଥିତ ତାଙ୍କ ଘର। ଜବତ ପରେ ପନ୍ନୁଙ୍କର ସମ୍ପତ୍ତି ଏବେ ସରକାରଙ୍କର ହୋଇଛି। ୨୦୨୦ରେ ତାଙ୍କ ସମ୍ପତ୍ତି ଆଟାଜ୍‌ କରାଯାଇଥିଲା, ଯାହାର ଅର୍ଥ ହେଲା, ସମ୍ପତ୍ତିକୁ ବିକ୍ରି କରାଯାଇପାରିବ ନାହିଁ। ତେବେ NIAର କାର୍ଯ୍ୟାନୁଷ୍ଠାନ ପରେ ପନ୍ନୁ ଏବେ ସମ୍ପତ୍ତିର ମାଲିକାନା ହରାଇଛନ୍ତି।

କହି ରଖୁଛୁ, କାନାଡାରେ ଖଲିସ୍ତାନୀ ଆତଙ୍କୀ ହରଦୀପ ସିଂ ନିଜ୍ଜରଙ୍କ ମୃତ୍ୟୁକୁ ନେଇ ଭାରତ ଓ କାନାଡା ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି। କାନାଡାରେ ରହୁଥିବା ହିନ୍ଦୁମାନଙ୍କୁ ଦେଶ ଛାଡ଼ି ପଳାଇ ଯିବାକୁ ଖଲିସ୍ତାନୀ ଆତଙ୍କୀ ଗୁରପତ୍‌ବନ୍ତ ସିଂ ପନ୍ନୁ ଧମକ ଦେଇଥିଲେ। ଏହି ମାମଲାକୁ ନେଇ କାନାଡାରେ ଥିବା ହିନ୍ଦୁମାନେ ଟ୍ରୁଡୋ ସରକାରଙ୍କୁ ଏକ ଚିିଠି ଲେଖିଥିଲେ। ଏଥିରେ ସେମାନେ କହିଥିଲେ ଯେ ଖଲିସ୍ତାନୀ ଆତଙ୍କୀ ପନ୍ନୁଙ୍କ ବୟାନକୁ ହେଟ୍‌ କ୍ରାଇମ୍‌ ରୂପେ ପଞ୍ଚୀକୃତ କରାଯାଉ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.