ନାଇଜେରିଆରେ ଗୁଞ୍ଜରିଲା ଓଡ଼ିଶାର ସଂସ୍କୃତି ସ୍ୱର, ପାଲା ପରିବେଷଣ କଲେ କଳାକାର

ବ୍ରହ୍ମପୁର (କେନ୍ୟୁଜ) : ଗତକାଲି ନାଇଜେରିଆ ସ୍ଥିତ ଓଡ଼ିଆ ସମାଜ ଆସୋସିଏସନ ଅଫ ନାଇଜେରିଆର ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଓଡ଼ିଆ ସଂସ୍କୃତିର ଝଲକ ଦେଖିବାକୁ ମିଳିଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମରେ ପାଲା ପରିବେଷିତ ହୋଇଥିଲା । ଦର୍ଶକମାନେ ବିପୁଳ କରତାଳିରେ ଏହି ପ୍ରୟାସକୁ ସ୍ବାଗତ କରିଥିଲେ ।
ପ୍ରଥମ ଥର ପାଇଁ ଦେଶ ବାହାରେ ପଶ୍ଚିମ ଆଫ୍ରିକାର ନାଇଜେରିଆରେ ଏଭଳି ଆୟୋଜନ କରାଯାଇଥିଲା । ରୋଜାଲିନ ଦାସଙ୍କ ନିର୍ଦ୍ଦେଶନାରେ ଏହାକୁ ପ୍ରସ୍ତୁତ କରାଯାଇଥିଲା। ଏହି ପାଲାରେ ଗାୟକ ସ୍ନିଗ୍ଧା ରାଣୀ ପଣ୍ଡା, ବାୟକ ଗୋବିନ୍ଦା ଜି (ନାଇଜେରିଆ), ଶ୍ରୀପାଳିଆ ରୋଜାଲିନ ଦାସ ଓ ତାରା ସାହୁ, ପାଳିଆ ଭାବେ ରମେଶ ମଲ୍ଲିକ ଓ ମିତା ଦାସ ରହିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.