ଆନ୍ଧ୍ରରେ ଓଡ଼ିଆ ଶ୍ରମିକଙ୍କୁ ନିର୍ଯାତନା ଅଭିଯୋଗ,ପାଉଣା ମାଗିଲେ ଆଙ୍ଗୁଠି କାଟୁଛି ଇଟାଭାଟି ମାଲିକ

ସୁନ୍ଦରଗଡ଼ (କେନ୍ୟୁଜ୍) : ଆନ୍ଧ୍ରର ବିଜୟନଗରମକୁ ଇଟା ଭାଟିରେ କାମ କରିବାକୁ ଯାଇଥିବା ଶ୍ରମିକଙ୍କୁ ଅକଥନୀୟ ନିର‌୍ୟାତନା ଅଭିଯୋଗ । ପୁଣି ପାଉଣା କଥା କହିବାରୁ ଆଙ୍ଗୁଠି କାଟି ଦିଆଗଲା । ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବ୍ଲକ ଭୁର୍ତ୍ତା ଗାଁର ଶ୍ରମିକମାନେ ଇଟା ଭାଟିରେ କାମ କରିବାକୁ ଆନ୍ଧ୍ରର ବିଜୟନଗରମ୍କୁ ଯାଇଥିଲେ । ଏଭଳି ନିର‌୍ୟାତନା ସହି ନପାରି ସେଠାରୁ ୫ ଜଣ ଶ୍ରମିକ ଖସି ପଳାଇଆସିଥିବା ବେଳେ, ଏବେ ବି ୬ ଜଣ ବନ୍ଧା ପଡିଛନ୍ତି । ସେମାନଙ୍କୁ ଫେରାଇ ଆଣିବାକୁ ଜିଲ୍ଳା ପ୍ରଶାସନ ପ୍ରୟାସ ଆରମ୍ଭ କରିଛି ।

ବନ୍ଧା ପଡିଥିବା ୬ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଜିଲ୍ଳା ପ୍ରଶାସନ ପ୍ରୟାସ ଆରମ୍ଭ କରିଛି । ଜିଲ୍ଳା ସହକାରୀ ଶ୍ରମ ଅଧିକାରୀ ପୀଡ଼ିତଙ୍କ ପରିବାର ସହ ଆଲୋଚନା କରିଛନ୍ତି । ସେପଟେ ଏହି ଘଟଣାକୁ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ନିନ୍ଦା କରିଛନ୍ତି । ଅତିଶୀଘ୍ର ଏକ ଟିମ୍ ଆନ୍ଧ୍ରକୁ ଯାଇ ଅଟକ ଶ୍ରମିକଙ୍କୁ ଉଦ୍ଧାର କରିବ ବୋଲି ଡିଭିଜନାଲ ଲେବର କମିଶନର କହିଛନ୍ତି । ବନ୍ଧାପଡ଼ିଥିବା ଶ୍ରମିକମାନଙ୍କୁ ଫେରାଇ ଆଣିବାକୁ ସେମାନଙ୍କ ପରିବାର ଲୋକେ ନିବେଦନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.