ଓଡ଼ିଆଙ୍କ ପାଇଁ ଖୁସି ଖବର, ମାଇକ୍ରୋସଫ୍ଟ ଟ୍ରାନ୍ସଲେଟରରେ ସାମିଲ ହେଲା “ଓଡ଼ିଆ ଭାଷା”

ସ୍ୱାଧୀନତା ଦିବସର ଠିକ ଗୋଟିଏ ଦିନ ପୂର୍ବରୁ ହିଁ ଓଡିଶା ତଥା ଓଡ଼ିଶାବାସୀଙ୍କ ପାଇଁ ଏକ ଖୁସି ଖବର ଆସିଛି । ବିଶ୍ବର ଅନ୍ୟତମ ସଫ୍ଟ ୱେୟାର କମ୍ପାନୀ ମାଇକ୍ରୋସଫଟ ନିଜ ଟ୍ରାନ୍ସଲେଟରରେ ଓଡ଼ିଆ ଭାଷାକୁ ସାମିଲ କରିଥିବା ଜଣାଯାଇଛି । ୟୁଏସଏ ସ୍ଥିତ କମ୍ପାନୀ ତରଫରୁ ଅଫିସିଆଲ ଭାବେ ହିଁ ଏବାବଦରେ ସୂଚନା ଦିଆଯାଇଛି । କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତିକି, ବର୍ତ୍ତମାନ ଠାରୁ କମ୍ପାନୀର ଟ୍ରାନ୍ସଲେଟରରେ ଓଡ଼ିଆ ଭାଷା ଉପଲବ୍ଧ ହେବ ।

ଏହାବାଦ ଖୁବ ଶୀଘ୍ର ମାଇକ୍ରୋସଫଟ ଟ୍ରାନ୍ସଲେଟର ଆପ, ଅଫିସ, ଟ୍ରାନ୍ସଲେଟର ଫର ବିଙ୍ଗ ସମେତ କଗନିଟିଭ ସର୍ଭିସ, ଟ୍ରାନ୍ସଲେଟର ଫର ବିଜିନେସ ଓ ଡେଭଲପରସ ଆଦି ଗୁଡିକରେ ମଧ୍ୟ ଉପଲବ୍ଧ ହେବ । କହିରଖିବା ଉଚିତ ହେବକି ଚଳିତ ବର୍ଷ ଏପ୍ରିଲ ୧୬ ତାରିଖରେ ପାଞ୍ଚଟି ଭାରତୀୟ ଭାଷା ଯେମିତିକି ଗୁଜୁରାଟି, ମରାଠୀ, କନ୍ନଡ, ମାଲାୟାଲାମ, ପଂଜାବୀ ଭାଷାକୁ ମାଇକ୍ରୋସଫଟ ଟ୍ରାନ୍ସଲେଟରରେ ସାମିଲ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.