Below header

ପକ୍ଷୀର ମୂଲ୍ୟ ୧୪ ଲକ୍ଷ ଟଙ୍କା, ଚୋରା ଚାଲାଣ ବେଳେ ଭାରତ-ବାଂଲାଦେଶ ସୀମାରୁ ଜବତ କଲେ ଭାରତୀୟ ଯବାନ

କୋଲ୍‌କାତା : ଭାରତୀୟ ଯବାନମାନେ ଆଜି ଭାରତ-ବାଂଲାଦେଶ ସୀମାରୁ ଦୁର୍ଲଭ ସୁନ୍ଦର ‘ଟୁକେନ୍‌ ପକ୍ଷୀ’ଜବତ କରିଛନ୍ତି । ଏହି ସୁନ୍ଦର ପକ୍ଷୀ ଦୁଇଟିର ମୂଲ୍ୟ ପ୍ରାୟ ୧୪ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି ।

ସୀମାରେ ସର୍ଚ୍ଚ ଅପରେସନ୍‌ ଚାଲିଥିବା ବେଳେ ଦୁଇଜଣ ବ୍ୟକ୍ତି ଏହି ପକ୍ଷୀକୁ ନେଇ ଆସୁଥିଲେ । ଯବାନମାନଙ୍କ ଉପରେ ଦୃଷ୍ଟି ପଡ଼ିବା ପରେ ସେମାନେ ପଞ୍ଜୁରିଟିକୁ ଫିଙ୍ଗି ଦେଇ ଦୈାଡ଼ି ପଳାଇଥିଲେ । ପାଖରେ ଥିବା ଚାଷ ଜମି ଘଞ୍ଚ ଥିବାରୁ ସେମାନେ ସେଠାରେ କେଉଁଠି ଲୁଚିଯାଇଥିଲେ ।

bird

ଯବାନମାନେ ଜଙ୍ଗଲ ଓ ଏହାର ଆଖପାଖ ଅଞ୍ଚଳରେ ତଲାସୀ କରାଯାଇଥିଲା, ଯେଉଁଠି ଏକ ପଞ୍ଜୁରୀ ଉଦ୍ଧାର କରାଯାଇଥିଲା। ପଞ୍ଜୁରୀ ଭିତରେ ଏକ ଯୋଡି ‘ଟୁକେନ’ ପକ୍ଷୀ ଥିବା ଦେଖାଯାଇଥିଲା ।

ଉଦ୍ଧାର କରାଯାଇଥିବା ପକ୍ଷୀ କିଲ୍-ବିଲ୍ଡ ଟୁକେନ୍ ପ୍ରଜାତିର । ଯାହାକୁ ସଲଫର-ବ୍ରିଷ୍ଟେଡ୍ ଟୁକେନ୍ ବା ରେନବୋ-ବିଲ୍ଡ ଟୁକେନ୍ ଭାବରେ ଜଣାଯାଏ। ଏହା ଟୁକେନ୍ ପରିବାରର ଏକ ରଙ୍ଗୀନ ଲାଟିନ୍ ଆମେରିକୀୟ ସଦସ୍ୟ। ଏହି ଦୁର୍ଲଭ ପକ୍ଷୀ, ମଧ୍ୟ ଆମେରିକୀୟ ଦେଶ ବେଲିଜର ଜାତୀୟ ପକ୍ଷୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.