କୂଅରେ ପଡିଯାଇଥିଲେ ବ୍ୟକ୍ତି, ଅତ୍ୟଧିକ ଓଜନ ବଞ୍ଚାଇଦେଲେ ଜୀବନ ଦେଖନ୍ତୁ କିପରି

ଆଜିକାଲି ମୋଟାପଣ ଅନେକ ଲୋକଙ୍କ ପାଇଁ ଏକ ବଡ ସମସ୍ୟା । ଏହାକୁ କମ କରିବା ପାଇଁ କିଏ ସକାଳୁ ଉଠି ଦୌଡେ ତ କିଏ ସନ୍ଧ୍ୟାରେ । କିଏ ଡାଏଟରେ ଧ୍ୟାନ ଦେଲାଣି ତ କିଏ ଜିମରେ ଫୋକସ କରୁଛି କିନ୍ତୁ ଫଳାଫଳ ମିଳିବା ପାଇଁ ବହୁତ ଟାଇମ ଲାଗେ । ସେଥିପାଇଁ ଗୋଟେ ଲାଇନ ‘ଯାହା ହେଇଛି ଭଲ ପାଇଁ ହେଇଛି’ । ବର୍ତ୍ତମାନ ଆପଣ ଆଶ୍ଚର୍ଯ୍ୟ ହୋଇଯାଉଥିବେ ଯେ ‘ଆରେ ମୋଟାପଣକୁ ବା କିଏ ଭଲ କୁହେ..?’ । ତାହେଲେ ଥରେ ଦେଖନ୍ତୁ ଏହି ବ୍ୟକ୍ତିଙ୍କୁ । ନିଜର ମୋଟାପଣ ଓ ବଡ଼ ପେଟ ପାଇଁ ତାଙ୍କ ଜୀବନ ଆଜି ବଂଚିଯାଇଛି । ଆଜ୍ଞା ହଁ ଯଦି ତାଙ୍କର ବଡ଼ ପେଟ ଟିଏ ନଥାନ୍ତା ତାହେଲେ ବ୍ୟକ୍ତିଜଣକ କୂଅ ଭିତରେ ଗଳି ପଡ଼ିଥାନ୍ତେ । ଏହି ଅଜବ ଏବଂ ମୋଟିଭେସନଲ ମାମଲାଟି ଆସିଛି ଚୀନରୁ । ଯାହା ମୋଟାପଣକୁ ନେଇ ଚିନ୍ତିତ ଥିବା ଲୋକଙ୍କୁ ଟିକିଏ ଆଶ୍ବସ୍ତି ଦେବ ।

ଘଟଣାଟି ଘଟିଛି ଚୀନର ହେନାନ ପ୍ରାନ୍ତରେ ଥିବା ଲୁଓୟାଙ୍ଗ ସହରରେ । 28 ବର୍ଷୀୟ ଲିଓ ନାମକ ଏହି ବ୍ୟକ୍ତିଙ୍କ ଓଜନ ପ୍ରାୟ ଦୁଇ କୁଇଣ୍ଟାଲ 25 କେଜି ଏବଂ ତାଙ୍କର ପେଟ ବହୁତ ବଡ଼ । ଉକ୍ତ ବ୍ୟକ୍ତିଙ୍କ ଘରେ ରହିଛି ଏକ କୂଅ କିନ୍ତୁ ଏହି କୂଅ ଭାରତୀୟଙ୍କ କୂଅ ପରି ଚୌଡା ନୁହେଁ ଏବଂ ଏହାକୁ କିଛି କାଠ ଦ୍ୱାରା ଢଙ୍କା ଯାଇଥିଲା । ତେବେ ଲିଓ ଏହି କାଠ ଉପରେ ଚଢିବା ମାତ୍ରେ ସେସବୁ ଭାଙ୍ଗି ଯାଇଥିଲା ଏବଂ ଲିଓ ତଳକୁ ଖସି ପଡି ମଝିରେ ଅଟକି ଯାଇଥିଲେ । ଲିଓ ମଝିରେ ଅଟକିବାର କାରଣ ଥିଲା ତାଙ୍କ ବଡ଼ ପେଟ କାରଣ ବଡ଼ ପେଟ କାରଣରୁ ସେ ତଳକୁ ଖସି ପାରିନଥିଲେ । ଉଦ୍ଧାରକାରୀ ଦଳଙ୍କ କହିବା ଅନୁଯାୟୀ ଲିଓ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ ଏବଂ ସେ ଟିକିଏ ମାନସିକ ବିକାରଗ୍ରସ୍ତ ଥିବାରୁ ହୁଏତ ସେ ସେହି କାଠ ଉପରେ କୁଦି ଥାଇପାରନ୍ତି । ଯେଉଁ କାରଣରୁ ସେ ଖସି ପଡ଼ିଥିଲେ କିନ୍ତୁ ଅତ୍ୟଧିକ ମୋଟା ହୋଇଥିବା କାରଣରୁ ସେ ତଳକୁ ଖସି ପାରିନଥିଲେ ।

ବର୍ତ୍ତମାନ ସୋସିଆଲ ମିଡିଆରେ ଲିଓଙ୍କର ରେସକ୍ୟୁ ଅପରେସନର ଭିଡିଓ କ୍ଲିପ ବହୁତ ଚର୍ଚ୍ଚାରେ ରହିଛି । ପ୍ରାୟ 5 ଜଣ ମିଶି ତାଙ୍କୁ ବାହାରକୁ ବାହାର କରିବାକୁ ଚେଷ୍ଟା କରୁଛନ୍ତି । ଫାୟାରମ୍ୟାନଙ୍କ କହିବା ଅନୁଯାୟୀ ଟିମ ସର୍ବପ୍ରଥମେ ବ୍ୟକ୍ତିଙ୍କ ଅଂଟାର ଚାରିପଟେ ଏକ ମଜବୁତ ଦଉଡି ବାନ୍ଧି ତାକୁ ସୁରକ୍ଷିତ ଭାବେ ବାହାରକୁ ଟାଣିକି ଆଣିଥିଲେ । ଏହି ଭିଡିଓ ଏବେ ସୋସିଆଲ ମିଡ଼ିଆ ପ୍ଲାଟ୍ଫର୍ମରେ ଭାଇରଲ ହେବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.