ଏଣିକି ବିଭିନ୍ନ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନରେ ଓଡ଼ିଆ ଫଳକ ବାଧ୍ୟତାମୂଳକ

କେନ୍ୟୁଜ୍: ଓଡ଼ିଆ ଭାଷାକୁ ବଞ୍ଚାଇ ରଖିବା ଲାଗି ପ୍ରଥମ କରି ରାଜ୍ୟର ବିଭିନ୍ନ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନରେ ନାମ ଫଳକ ଓଡ଼ିଆରେ ଲେଖାଯିବାକୁ ରାଜ୍ୟ ସରକାର କଡାକଡି କରିଛନ୍ତି । ଶ୍ରମ ବିଭାଗ ପକ୍ଷରୁ ପୋର୍ଟାଲ ଉନ୍ମୋଚନ କରାଯାଇଛି । ଏହାର ନାମ ରଖାଯାଇଛି ଓଡ଼ିଆ ଫଳକ । ଓଡ଼ିଆରେ ନାମ ଫଳକ ନଲେଖିଲେ ତଣ୍ଡ ଗଣିବେ ବୋଲି କୁହାଯାଇଛି । ଓଡ଼ିଆରେ ନାମ ଫଳକ ନଲେଖିଲେ ପ୍ରଥମ ଥର ହଜାରେରୁ ପାଞ୍ଚ ହଜାର ଟଙ୍କା ଓ ଦ୍ୱିତୀୟ ଥର ଖିଲାପ କଲେ ଦୁଇ ହଜାରରୁ ୨୫ ହଜାର ଟଙ୍କା ଜରିମାନା ଦେବାକୁ ପଡିବ । ଏହା ପୂର୍ବରୁ ଗତ ଅଗଷ୍ଟ ୨୧ରେ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ଅଧିନରେ ଥିବା ସମସ୍ତ କାର୍ଯ୍ୟାଳୟ ଓ ଅନୁଷ୍ଠାନ ଗୁଡିକରେ ଆଗାମୀ ୧୫ ଦିନ ମଧ୍ୟରେ ଓଡ଼ିଆ ଭାଷାରେ ନାମଫଳକ ଲେଖିବାକୁ ନିର୍ଦେଶ ଦିଆଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.