Below header

ମୟୂରଭଞ୍ଜ ଶିରାକୁଳି ଗାଁର କଂଗ୍ରେସ ଭାଇଙ୍କ ‘ମୁଠାଏ ଚାଉଳ’

ଏମିତି କିଛି ବ୍ୟକ୍ତି ଥାନ୍ତି ଯାହାଙ୍କ କର୍ମ ହିଁ ତାଙ୍କର ପରିଚୟ । ଆମେ ଏମିତିରେ କହୁ, ଏଭଳି ଲୋକଙ୍କ ପାଇଁ ଦୁନିଆ ଚାଲିଛି । ଆସନ୍ତୁ ଜାଣିବା ସେହିଭଳି ଜଣେ ବ୍ୟକ୍ତିଙ୍କ ବିଷୟରେ ।ନିଜେ ବିବାହ କରିନାହାନ୍ତି । ହେଲେ ଅନେକ ଅନାଥ ଶିଶୁଙ୍କର ହୋଇ ପାରିଛନ୍ତି ବାପା । ମାନବ ସେବା ହିଁ ମାଧବ ସେବା । ଏହାକୁ ଜୀବନର ବ୍ରତ କରି ଦୀର୍ଘ ୪୦ ବର୍ଷ ଧରି ମାନବ ସେବାରେ ନିଜକୁ ନିୟୋଜିତ କରିଛନ୍ତି । ଏଥିପାଇଁ ଅନେକ ସମ୍ମାନରେ ତାଙ୍କୁ ସମ୍ମାନିତ ମଧ୍ୟ କରାଯାଇଛି । ସେ ହେଉଛନ୍ତି ମୟୂରଭଞ୍ଜର ଚର୍ଚ୍ଚିତ ଚେହେରା କଂଗ୍ରେସ ଭାଇ ।

CONGRESS-2ମୟୂରଭଞ୍ଜ ଜିଲ୍ଲା ରରୁଆ ବ୍ଲକ୍‌ ଶିରାକୁଳି ଗାଁର କଂଗ୍ରେସ ଭାଇ । ଜନ୍ମ ୧୯୫୦ରେ । ବିବାହ କରି ନାହାନ୍ତି । ହେଲେ ଅନେକ ଅନାଥଙ୍କର ବାପା ପାଲଟିଛନ୍ତି । ୧୮ ଜଣ ଅନାଥ ପିଲାଙ୍କୁ ନିଜ ପାଖରେ ରଖି ସେମାନଙ୍କ ଦେଖାଶୁଣା କରୁଛନ୍ତି । ଏହା ସହ ବହୁ ବର୍ଷ ଧରି ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରିଛନ୍ତି କଂଗ୍ରେସ୍‌ ଭାଇ । ଏହି ଗ୍ରୁପର ମହିଳାମାନେ ପ୍ରତିଦିନ ମୁଠାଏ ଲେଖା ଚାଉଳ ରଖିଥାନ୍ତି । ମାସ ଶେଷରେ ଏହି ଚାଉଳ ଏକାଠି କରି ଅନାଥ ଶିଶୁଙ୍କ ପାଇଁ ଦିଆ ଯାଇଥାଏ ।

CONGRESS-3ବିଭିନ୍ନ ସ୍ଥାନରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରିଲିଫ୍‌ ବ୍ୟବସ୍ଥା ମଧ୍ୟ କରିଥାନ୍ତି । ଶିକ୍ଷାର ପ୍ରଚାର ପ୍ରସାର ଏବଂ ଶାନ୍ତି ସଦଭାବନା ସମ୍ପର୍କିତ ଅଭିଯାନରେ ମଧ୍ୟ ଅଂଶ ଗ୍ରହଣ କରିଥାନ୍ତି । ଖାଲି ସେତିକି ନୁହେଁ ନିଜ ରାଜ୍ୟ ବ୍ୟତୀତ ଅନ୍ୟ ରାଜ୍ୟରେ ହେଉଥିବା ବିଭିନ୍ନ ସାମାଜିକ ଆନ୍ଦୋଳନରେ ମଧ୍ୟ ଭାଗ ନିଅନ୍ତି ଏଇ ନିଆରା ବ୍ୟକ୍ତି ଜଣକ ।

CONGRESS-4

ଏଥିପାଇଁ ଅନେକ ସମ୍ମାନରେ ସେ ସମ୍ମାନିତ । ସେପଟେ ପ୍ରଶାସନ ପକ୍ଷରୁ କଂଗ୍ରେସ ଭାଇଙ୍କ ନାଁ ପଦ୍ମଶ୍ରୀ ପାଇଁ ସୁପାରିଶ କରାଯାଇଛି । ଜଣେ ଋଷି ମୁନୀଙ୍କ ଭଳି ଜୀବନ ବିତାନ୍ତି ସେ । ସେ ଖୁବ୍‌ ଉଚ୍ଚ ଶିକ୍ଷିତ ହେଲେ ଚାକିରି ନକରି ମାନବ ସେବାରେ ଲାଗିଛନ୍ତି । ଏଭଳି କାମରେ ତାଙ୍କୁ ଖୁବ୍‌ ଶାନ୍ତି ମିଳେ ବୋଲି ସେ କହିଛନ୍ତି ।

କରଞ୍ଜିଆରୁ ସରୋଜ କୁମାର ବେହେରା, କେ ନ୍ୟୁଜ୍‌ ଓଡ଼ିଶା

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.