Below header

ଗୋଟିଏ ସୂତ୍ରରେ ବାନ୍ଧି ହେବେ ରାଜ୍ୟ ବାହାରେ ଦେଶ-ବିଦେଶରେ ରହୁଥିବା ଓଡ଼ିଆ, କାମ କରିବ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ

ରାଜ୍ୟ ବାହାରେ ଦେଶ ବିଦେଶରେ ରହୁଥିବା ଅନେକ ଓଡିଆ ରାଜ୍ୟର ପ୍ରଗତୀ ପାଇଁ ଭାଗୀଦାର ହେବାକୁ ଇଚ୍ଛୁକ ଅଛନ୍ତି । ସେମାନଙ୍କ ଜ୍ଞାନ ଓ କୌଶଳକୁ ଓଡ଼ିଶାର ଅଗ୍ରଗତିରେ ନିୟୋଜିତ କରିବ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ।

କେନ୍ୟୁଜ୍(ବ୍ୟୁରୋ): ପ୍ରବାସୀଙ୍କ ପାଇଁ ଏକକ ପରିବାର ସୂତ୍ର । ଗୋଟିଏ ସୂତ୍ରରେ ବାନ୍ଧି ହେବେ ରାଜ୍ୟ ବାହାରେ ଦେଶ-ବିଦେଶରେ ରହୁଥିବା ଓଡ଼ିଆ । ଏଥିପାଇଁ କାମ କରିବ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ । ଏହାର ପ୍ରଥମ ନିର୍ଦ୍ଦେଶକ ଭାବରେ ଦାୟିତ୍ୱ ତୁଲାଇବେ ଦିଲ୍ଲୀପ ରାଉତରାୟ ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ସହ ଓଡ଼ିଶା ପରିବାରର ନିର୍ଦ୍ଦେଶକ ଭାବରେ ଅତିରିକ୍ତ ଦାୟିତ୍ୱରେ ରହିବେ ।  ରାଜ୍ୟ ବାହାରେ ଦେଶ ବିଦେଶରେ ରହୁଥିବା ଅନେକ ଓଡିଆ ରାଜ୍ୟର ପ୍ରଗତୀ ପାଇଁ ଭାଗୀଦାର ହେବାକୁ ଇଚ୍ଛୁକ ଅଛନ୍ତି । ସେମାନଙ୍କ ଜ୍ଞାନ ଓ କୌଶଳକୁ ଓଡ଼ିଶାର ଅଗ୍ରଗତିରେ ନିୟୋଜିତ କରିବ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ।

ଏହାସହ ଅନେକ ସମୟରେ ପ୍ରବାସୀ ଓଡ଼ିଆ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସେମାନଙ୍କ ସମସ୍ୟାର ସମାଧାନ ପାଇଁ କାମ କରିବ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ । ସାଂସ୍କୃତିକ ପ୍ରସାର, କର୍ମଜୀବୀ, ଛାତ୍ର ଓ କ୍ଲିଅରାନ୍‌ସ ଇତ୍ୟାଦି କାମ ପାଇଁ ଏକକ ପଏଣ୍ଟ ଭାବେ କାର୍ଯ୍ୟ କରିବ ପରିବାର ନିର୍ଦ୍ଦେଶାଳଯ। ଭାରତ ଓ ବିଦେଶରେ ଥିବା ଓଡ଼ିଆ ସଂଗଠନ ଓ ଜଗନ୍ନାଥ ମନ୍ଦିରଗୁଡିକୁ ତାଲିକା ଭୁକ୍ତ କରାଯିବ।

ବିଶ୍ୱର ବିଭିନ୍ନ ସ୍ଥାନରେ ନିୟମିତ ଓଡ଼ିଆ ସମ୍ମିଳନୀର ଆୟୋଜନ, ଓଡ଼ିଆ ଭାଷା ସାହିତ୍ୟରେ ଅନବଦ୍ୟ କୃତୀଗୁଡିକ ବିଭିନ୍ନ ଭାରତୀୟ ଓ ଅନ୍ତର୍ଜାତୀୟ ଭାଷାରେ ଅନୁବାଦ, ଓଡ଼ିଶାରେ ପୁଞ୍ଜି ବିନିଯୋଗର ସୁଯୋଗ, ପ୍ରବାସୀ ଓଡ଼ିଆଙ୍କ ଚାକିରୀ ସୁଯୋଗ ସୃଷ୍ଟି ପାଇଁ କାର୍ଯ୍ୟ କରିବ ପରିବାର ନିର୍ଦ୍ଦେଶାଳୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.