Below header

ଘରକୁ ଜଳପଥରେ ଫେରିବା ପାଇଁ ବୋଟ କିଣିଦେଲେ ଚେନ୍ନାଇରେ ଥିବା ଓଡ଼ିଆ ଲୋକ, ଇଛାପୁରରେ ପହଞ୍ଚିବା ପରେ ଧରି ନେଲା ଆନ୍ଧ୍ର ପୋଲିସ୍‌

ଗଜପତି(କେନ୍ୟୁଜ):  କରୋନା ଏବେ ରାଜ୍ୟ ବାହାରେ ଥିବା ଲୋକଙ୍କ ଭିଟାମିଟିର ମୋହକୁ ବଢ଼ାଇ ଦେଇଛି । ତେବେ ଲକ୍‌ଡାଉନ୍‌ କଟକଣା ଯୋଗୁଁ କିଛି ଲୋକଙ୍କ ଘରବାହୁଡ଼ା ହୋଇ ପାରୁନାହିଁ । ଏମିତି କିଛି ଲୋକ ନିଜ ଘରକୁ ଫେରିବା ପାଇଁ ପୂରା ବୋଟ୍‌ କିଣି ଦେଲେ । ସେହି ବୋଟ୍‌ରେ ଫେରିଲେ ମଧ୍ୟ । ହେଲେ ବୋଟ୍‌ କୂଳରେ ଲାଗିବା ବେଳକୁ ସୋମାନଙ୍କ ଘରେ ପହଞ୍ଚିବାର ସ୍ୱପ୍ନ ସେହି ସମୁଦ୍ର ପାଣିରେ ମିଶିଗଲା । ଆଉ ସେମାନଙ୍କୁ ରହିବାକୁ ପଡ଼ିଛି । କ୍ୱାରେଣ୍ଟାଇନ୍‌ ହୋମ୍‌ରେ ।

BOAT-2ଏମିତିଘଟିଛି ଆମ ଓଡ଼ିଶାର କିଛି ଲୋକଙ୍କ ଭାଗ୍ୟରେ । କରୋନାକୁ ନେଇ ସାରାଦେଶରେ ଲକଡାଉନ ଚାଲୁ ରହିଥିବା ବେଳେ ବିଭିନ୍ନ ରାଜ୍ୟରେ ରହିଥିବା ଓଡ଼ିଆ ଶ୍ରମିକ ଚାଲି ଚାଲି ନଚେତ ଟ୍ରକ କିମ୍ବା ମାଲବାହୀ ଗାଡ଼ି ଯୋଗେ ଘରକୁ ଆସୁଥିବା ସୂଚନା ମିଳିଛି । ତେବେ ଏମିତି ଏକ ଉପାୟ ବାହାର କରି ଚେନ୍ନାଇରେ ଥିବା କିଛି ଓଡ଼ିଆ ଲୋକା ଗାଁକୁ ଆସିବାକୁ ଚେଷ୍ଟା କରିଛନ୍ତି । ସଡ଼କରେ ପୋଲିସ୍‌ ଜଗୁଥିବାରୁ ସେମାନେ ଏକ ଉପାୟ ବାହାର କଲେ । ଗୋଟିଏ ବୋଟ୍‌କୁ ତେଲ ସହ ୧ ଲକ୍ଷ ୭୦ ହଜାର ଟଙ୍କାରେ କିଣି ସେଥିରେ ଜଳପଥରେ ଯାତ୍ରା କଲେ ।

BOAT-3

ଚେନ୍ନାଇରୁ ଛଅ ଦିନ ଧରି ସମୁଦ୍ର ପଥରେ ଆସି ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ୍‌ର ଇଛାପୁର ସମୁଦ୍ର କୂଳରେ ପହଞ୍ଚିଥିଲେ। ଏହି ବୋଟରେ ଆନ୍ଧ୍ରର ୧୭ଜଣ, ଓଡିଶା ଗଞ୍ଜାମ ଜିଲ୍ଲା ସୁନାପୁର ଗ୍ରାମର ୧୦ ଜଣ ଓଡ଼ିଆ ଅଛନ୍ତି। ହେଲେ ଦୁର୍ଭାଗ୍ୟକୁ ଏମାନେ ସମୁଦ୍ର ବାଟ ଦେଇ ଆସୁଥିବାର ଖବର ସ୍ଥାନୀୟ ପୋଲିସକୁ ମିଳିଗଲା । ତେଣୁ ଇଛାପୁରରେ ପହଁଚିବା ମାତ୍ରେ ବୋଟ୍‌ ଜବତ କରିବା ସହ ଏଥିରେଆସିଥିବା ୨୭ ଜଣଙ୍କୁ ସିଧା କ୍ବାରେଣ୍ଟାଇନକୁ ପଠାଇ ଦେଇଛି ପୋଲିସ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.