Below header

ICICI ବ୍ୟାଙ୍କ ଗ୍ରାହକମାନଙ୍କୁ ଦେଲା ବଡ଼ ଉପହାର! ଫୋନକୁ ନ ଛୁଇଁ ବି ଆପଣ ଏହି ଉପାୟରେ କରିପାରିବେ ବ୍ୟାଙ୍କ ସହ ଜଡିତ ସମସ୍ତ କାମ

ICICI ବ୍ୟାଙ୍କ ଆଜି ଗ୍ରାହକମାନଙ୍କୁ ଏକ ବଡ଼ ଉପହାର ଦେଇଛି। କହି ରଖୁଛୁ, ବ୍ୟାଙ୍କ ସବୁବେଳେ ନିଜ ସିଷ୍ଟମରେ ପରିବର୍ତ୍ତନ କରୁଛି, ଯଦ୍ଦ୍ୱାରା ଗ୍ରାହକମାନେ କୌଣସି ବି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତୁ। ବ୍ୟାଙ୍କ ନୂଆ ସର୍ଭିସ ଆରମ୍ଭ କରିଛି, ଏହା ଜରିଆରେ ଆପଣ ଫୋନକୁ ନ ଛୁଇଁ କେବଳ କଥା କହି ବ୍ୟାଙ୍କିଙ୍ଗ ଟ୍ରାନଜାକସନ କରିପାରିବେ।

ବ୍ୟାଙ୍କ ନିଜର AI ସଂଚାଳିତ ମଲ୍ଟି ଚ୍ୟାନେଲ ଚ୍ୟାଟବାଟ ‘iPal’କୁ ଦୁନିଆର ସବୁଠାରୁ ଲୋକପ୍ରିୟ ଦୁଇଟି ଭଏସ ଆସିଷ୍ଟାଣ୍ଟ ଆପସ-Amazon Alexa ଏବଂ Google Assistant ସହିତ ଏକୀକୃତ କରିଦେଇଛି। ଯେପରି ଏହା ନିଜ ରିଟେଲ ବ୍ୟାଙ୍କିଙ୍ଗ ଗ୍ରାହକଙ୍କ ପାଇଁ, ବ୍ୟାଙ୍କିଙ୍ଗ ପ୍ରକ୍ରିୟାକୁ ଆହୁରି ସହଜ କରିପାରିବ।

ତେବେ ଲକଡାଉନ ଯୋଗୁ ଲୋକେ ଏବେ ବ୍ୟାଙ୍କ ଶାଖାକୁ ଯାଇପାରୁନାହାନ୍ତି। ଏହି କାରଣରୁ ସେମାନଙ୍କୁ ବ୍ୟାଙ୍କ ଆପ ବ୍ୟବହାର କରିବାକୁ ପଡୁଛି। ତେଣୁ ଏହି ସୁବିଧା ଆରମ୍ଭ କରାଯାଇଛି। ବ୍ୟାଙ୍କର ଏହି ସୁବିଧାରେ ଆପଣ କ୍ରେଡିଟ କାର୍ଡ ଲିମିଟରୁ ନେଇ ପ୍ରି ଆପ୍ରୁଭଡ ଲୋନ ପର୍ଯ୍ୟନ୍ତ ତଥ୍ୟ ହାସଲ କରିପାରିବେ। ଏହାସହିତ ICICI WhatsApp ବ୍ୟାଙ୍କିଙ୍ଗ ସର୍ଭିସ ଜରିଆରେ କ୍ରେଡିଟ କିମ୍ଵା ଡେବିଟ କାର୍ଡକୁ ବ୍ଲକ ଓ ଅନବ୍ଲକ କରିପାରିବେ।

ଆପଣ ନିଜ ପାଖପାଖର 3ଟି ICICI ବ୍ୟାଙ୍କର ATM ଏବଂ ଶାଖାଗୁଡିକରୁ ତଥ୍ୟ ମଧ୍ୟ ନେଇପାରିବେ। ପ୍ରଥମେ ଗ୍ରାହକମାନଙ୍କୁ ବ୍ୟାଙ୍କର ଭେରିଫାଏଡ଼ WhatsApp ପ୍ରୋଫାଇଲ ନମ୍ବର ()କୁ ନିଜ ମୋବାଇଲରେ ସେଭ କରିବାକୁ ହେବ। ଏହାପରେ ଆପଣଙ୍କୁ WhatsApp ନମ୍ବରରୁ ଏଥିରେ ମେସେଜ କରିବାକୁ ପଡିବ। ନିଜ ମୋବାଇଲ ନମ୍ବର ବ୍ୟାଙ୍କ ସହିତ ରେଜିଷ୍ଟରଡ ହେବା ଦରକାର। ଏହାପରେ ବ୍ୟାଙ୍କ ଏହି ପ୍ଲାଟଫର୍ମରେ ଉପଲବ୍ଧ ସୁବିଧାଗୁଡିକର ତଥ୍ୟ ଦେବା ଆରମ୍ଭ କରିଦେବ। ଆପଣଙ୍କୁ ଯେଉଁ ସୁବିଧା ବିଷୟରେ ଜାଣିବାର ଅଛି, ତାକୁ ଟାଇପ କରି ମେସେଜ କରିବାକୁ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.