Below header

ଏହି ସମୟରେ ବିଳମ୍ବିତ ରାତିରେ କରୁଛନ୍ତି କି ଭୋଜନ ତାହେଲେ ହୋଇଯାଆନ୍ତୁ ସାବଧାନ, ଭୋଗିବାକୁ ପଡିପାରେ ଏହିସବୁ ସମସ୍ୟା

ଲକଡାଉନ୍ ସମୟରେ ସମସ୍ତଙ୍କ କାର୍ଯ୍ୟସୂଚୀ ବଦଳି ଯାଇଛି ଏବଂ ଆମମାନଙ୍କ ମଧ୍ୟରୁ ଅନେକ ଅଛନ୍ତି ଯେଉଁମାନେ ବର୍ତ୍ତମାନ କାର୍ଯ୍ୟକୁ ଆରାମଦାୟକ ଉପାୟରେ କରିବାକୁ ପସନ୍ଦ କରୁଛନ୍ତି । ସେମାନେ ଅନୁଭବ କରୁଛନ୍ତି ଯେ ବର୍ତ୍ତମାନ କେହି କୁଆଡେ ଯିବାର ନାହିଁ ତ ସମସ୍ତ କାର୍ଯ୍ୟ ସହଜରେ ହୋଇପାରିବ । ତେବେ ଏହା ତ ଗଲା କାମର କଥା କିନ୍ତୁ ଯଦି ଆପଣ ରାତିରେ ଆରାମରେ ଖାଉଛନ୍ତି ଏହାର ଅର୍ଥ ହେଉଛି ଯେ ଆପଣ ବିଳମ୍ବିତ ରାତିରେ ଖାଉଛନ୍ତି ତାହେଲେ ଆପଣ ସାବଧାନ ହୋଇଯାଆନ୍ତୁ । ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅନେକ କ୍ଷତି ପହଞ୍ଚାଇପାରେ । ଯଦି ଆପଣ ବି ଠିକ ଏହିଭଳି ଦିନଚର୍ଯ୍ୟା ଗ୍ରହଣ କରୁଛନ୍ତି ତେବେ ନିଶ୍ଚିତ ଭାବରେ ଏହା ଦ୍ୱାରା ହୋଇଥିବା କ୍ଷତି ବିଷୟରେ ମଧ୍ୟ ଯାଣିନିଅନ୍ତୁ ।

Late night dinner - Picture of The Last Word Long Beach, Kommetjie ...

ଓଜନ ବଢାଏ

ଶରୀରର ମେଟାବୋଲିଜିମ୍ ରାତିରେ ଧୀର ଏବଂ ଦୁର୍ବଳ ରହିଥାଏ । ଯେଉଁ କାରଣରୁ ବିଳମ୍ବିତ ରାତିରେ ଖାଇଥିବା ଖାଦ୍ୟ ହଜମ କରିବାରେ ଅସୁବିଧା ହୋଇଥାଏ । ତାସହିତ ରାତିରେ ଅଧିକ ପରିମାଣର କ୍ୟାଲୋରୀ ବର୍ନ ହୋଇନଥାଏ ଏବଂ ଓଜନ ବୃଦ୍ଧି ହୁଏ ।

ରକ୍ତଚାପ ବୃଦ୍ଧି କରେ

ଅନେକ ବିଶେଷଜ୍ଞଙ୍କ ଅନୁଯାୟୀ ବିଳମ୍ବିତ ରାତିରେ ଖାଦ୍ୟ ଖାଇବା ଦ୍ୱାରା ବ୍ଳଡପ୍ରେସର ସହିତ ରକ୍ତରେ ଶର୍କରାର ପରିମାଣ ମଧ୍ୟ ବୃଦ୍ଧି ପାଇଥାଏ ଯାହା ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇଥାଏ ।

Late Night Dinner करने वाले रहे सावधान, इन ...

ଶୋଇବାରେ ଅସୁବିଧା

ଏକ ରିପୋର୍ଟ ଅନୁଯାୟୀ, ବିଳମ୍ବିତ ରାତିରେ ସ୍ନାକ୍ସ କିମ୍ବା ଖାଦ୍ୟ ଖାଇବା ଦ୍ୱାରା ଶୋଇବା ଚକ୍ର ମଧ୍ୟ ଡିଷ୍ଟର୍ବ ହୋଇଥାଏ । ଯାହା ଶୋଇବାରେ ସମସ୍ୟା ସୃଷ୍ଟି କରିପାରେ ଏହାସହିତ ଗ୍ୟାଷ୍ଟ୍ରିକ୍ ସମସ୍ୟା ମଧ୍ୟ ସୃଷ୍ଟି ହୋଇପାରେ ।

କ୍ରୋଧ

ଯଦି ଆପଣ ଯଥେଷ୍ଟ ନିଦ ପାଇବାକୁ ସକ୍ଷମ ନୁହଁନ୍ତି ତାହେଲେ ଏହା ଆପଣଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ମସ୍ତିଷ୍କ ଯଥେଷ୍ଟ ବିଶ୍ରାମ ପାଏ ନାହିଁ ଫଳସ୍ୱରୂପ ବିରକ୍ତ ହୁଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.