କେରଳରେ ଓଡ଼ିଆ ଶ୍ରମିକଙ୍କ ଆକସ୍ମିକ ମୃତ୍ୟ, ଗାଁକୁ ଶବ ଆଣିବାରେ ପ୍ରଶାସନ ସାହାଯ୍ୟ ଲୋଡିଲେ ପରିବାର

ବ୍ରହ୍ମପୁର(କେନ୍ୟୁଜ) : କେରଳ ଏର୍ଣାକୁଲମରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟ । ମୃତକ ହେଲେ ଗଞ୍ଜାମ ଜ଼ିଲ୍ଲା ସାନଖେମୁଣ୍ଡି ବ୍ଲକ ପ୍ରତାପଗିରି ଗାଁ ର ବନବାସ ନାଏକ। ଗତକାଲି ରାତିରେ ଆକସ୍ମିକ ମୃତ୍ୟୁ ହୋଇଥିବା ସୂଚନା ଦେଇଥିଲେ ସହକର୍ମୀ। ରଙ୍ଗ ମିସ୍ତ୍ରୀ ଭାବେ କାମ କରିବାକୁ ଯାଇଥିଲେ ବନବାସ । ତାଙ୍କ ସହ ଗାଁର କିଛି ଯୁବକ ଏର୍ଣାକୁଲମରେ ରଙ୍ଗ ଦେବା କାମରେ ନିୟୋଜିତ ହୋଇ ଜୀବିକା ନିର୍ବାହ କରି ଆସୁଥିଲେ।

ତେବେ ଗତକାଲି ରାତିରେ ହଠାତ୍ ରୁମରେ ଅସୁସ୍ଥ ହୋଇପଡିଲେ ବନବାସ। ତାଙ୍କୁ ନିକଟସ୍ଥ ମେଡିକାଲକୁ ନିଆଯାଇଥିଲା, କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଗାଁକୁ ଶବ ଆଣିବାରେ ପ୍ରଶାସନ ସାହାଯ୍ୟ କରିବାକୁ ନିବେଦନ କରିଛନ୍ତି ପରିବାର ବର୍ଗ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.